Latest Odisha News

ଗାଁ ରେ ମଦ ବିକ୍ରିକୁ ନେଇ ମହିଳାଙ୍କ ବିରୋଧ, ଥାନାରେ ଏତଲା

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବଡ଼ ଦୁବୁଲି ଗାଁରେ ବେଆଇନ ମଦ କାରବାରକୁ ବିରୋଧ କରି ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା। ଅଞ୍ଚଳରେ ମଦ ବିକ୍ରି ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ଦାବିରେ ପଞ୍ଚାୟତର ଶତାଧିକ ମହିଳା ଏକଜୁଟ ହୋଇ ଏକ ଶୋଭାଯାତ୍ରାରେ ପୁରା ଗାଁ ପରିକ୍ରମା କରିଥିଲେ। ଏହାପରେ ଥାନାରେ ଯାଇ ଏତଲା ଦେଇଛନ୍ତି ଉତ୍ୟକ୍ତ ମହିଳା ।

BjdElectrycity

ବୋରିଗୁମ୍ମା ବଡ଼ ଦୁବୁଲି ଗାଁ ରେ ଦିନକୁ ଦିନ ଦେଶୀ ମଦ ବିପୁଳ ପରିମାଣରେ ବିକ୍ରି ହେଉଛି ଫଳରେ ଯୁବକ ମାନେ ମଦ ପିଇ ନାନା କୁକର୍ମ ରେ ଲିପ୍ତ ରହୁଛନ୍ତି।ମହିଳା ମାନେ ଦିନ ମଜୁରିଆ ଭାବେ କାଜୁ ମିଲ ରେ କାମ କରି ଦୁଇ ପଇସା ରୋଜଗାର କରି ଆଣିଲେ ପୁରୁଷ ମାନେ ସ୍ତ୍ରୀ କୁ ମାରଧାର କରି ଟଙ୍କା ଛଡାଇ ନେଇ ମଦ ପିଉଛନ୍ତି।ଏମିତିକି ସରକାର ପକ୍ଷରୁ ମିଳୁଥିବା ଚାଉଳ କୁ ବିକ୍ରି କରି ମଦ ପିଉଛନ୍ତି।ଅଳ୍ପ ବୟସରେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି ଆଉ ମୃତ୍ୟୁ ମୁଖରେ ପଡୁଛନ୍ତି ଫଳରେ ଅନେକ ମହିଳା ଅଳ୍ପ ବୟସର ବିଧବା ସାଜୁଛନ୍ତି।ଗାଁ ରେ ସବୁବେଳେ ଘରେ ଘରେ ମଦକୁ ନେଇ ଅଶାନ୍ତି ବଢୁଛି।

ଗାଁ ନିକଟରେ ହାତ ପାହାନ୍ତାରେ ମଦ ମିଳୁଥିବାରୁ ଯୁବପିଢି ମଦ ପିଇ ପଥଭ୍ରଷ୍ଟ ହେବା ସହ ପାରିବାରିକ କଳହ ବୃଦ୍ଧି ପାଉଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି। ଆଗକୁ ଅଞ୍ଚଳରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ନହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.