Latest Odisha News

BREAKING NEWS

ଶରଦ ପୱାରଙ୍କୁ ଭେଟିଲେ ଗୌତମ ଅଦାନୀ; ବଢିଲା ଚର୍ଚ୍ଚା

ମୁମ୍ବାଇ:ଅଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଅଦାନୀ ଗୁରୁବାର ଏନସିପି ମୁ୍ଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପୱାରଙ୍କୁ ଭେଟିଛନ୍ତି । ପୱାରଙ୍କ ମୁମ୍ବାଇସ୍ଥିତ ବାସଭବନ ‘ସିଲଭର ଓକ’କୁ ଯାଇ ଶରଦଙ୍କୁ ଭେଟିଛନ୍ତି ଗୌତମ ଅଦାନୀ । ପ୍ରାୟ ୨ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ଏହି ଭେଟଘାଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ଅଳ୍ପ ଦିନ ପୂର୍ବରୁ ଶରଦ ପୱାର ହିଣ୍ଡନବର୍ଗ ପ୍ରସଙ୍ଗରେ  ଅଦାନୀଙ୍କୁ ସମର୍ଥନ କରିଥିଲେ ।

ଆମେରିକା ଫାର୍ମ ହିଣ୍ଡନବର୍ଗ ଗତ କିଛି ଦିନ ତଳେ ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ ସମ୍ପର୍କରେ ଏକ ରିପୋର୍ଟ ଜାରି କରିଥିଲା । ଅଦାନୀ ଗ୍ରୁପ ମାର୍କେଟରେ ହେରଫେର ଏବଂ ଆକାଉଣ୍ଟରେ ଦୁର୍ନୀତି କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଶେୟାର ମାର୍କେଟରେ ଅଦାନୀଙ୍କ କମ୍ପାନୀ କ୍ରମାଗତ ତଳକୁ ଖସିଥିଲା । ଅବଶ୍ୟ ଅଦାନୀ ଗ୍ରୁପ ଏପରି ଅଭିଯୋଗକୁ  ମିଛ ବୋଲି କହିଥିଲା । କିନ୍ତୁ ଏହାକୁ ନେଇ ସଂସଦ ଭବନ ବି କମ୍ପିଥିଲା ।

ଏପରିକି ଏ ନେଇ ଅଦାନୀଙ୍କ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିଲା । ସୁପ୍ରିମକୋର୍ଟ ମାର୍ଚ୍ଚରେ ଏକ୍ସପର୍ଟ କମିଟି ଗଠନ ପାଇଁ ଆଦେଶ ଦେଇଥିଲା ।ଏହି କମିଟିର ଅଧ୍ୟକ୍ଷତା କରୁଛନ୍ତି ଜଷ୍ଟିସ ଏଏମ ସପ୍ରେ । ସୁପ୍ରିମକୋର୍ଟ ଆହୁରି କହିଥିଲେ, ସେବି ଏହି ମାମଲାର ଯାଞ୍ଚ କରିବେ ଏବଂ ୨ ମାସ ମଧ୍ୟରେ ରିପୋର୍ଟ ଦେବେ । ଏସବୁ ସତ୍ତ୍ୱେ ଶରତ ପୱର  ହିଣ୍ଡନବର୍ଗ ପ୍ରସଙ୍ଗରେ ଅଦାନୀଙ୍କୁ ସମର୍ଥନ କରିଥିଲେ । ଶରତ ପୱାର କହିଥିଲେ, ଯିଏ ଏହି ଅଭିଯୋଗ ଆଣିଛି ସେ କିଏ ? ତାଙ୍କର ପୃଷ୍ଠଭୂମି କ’ଣ ? ଲାଗୁଛି, ଏସବୁ କାହାକୁ ଟାର୍ଗେଟ କରିବା ପାଇଁ କରାଯାଉଛି ।

ଏସବୁ ବାଦ ବିବାଦ ପରେ ଗୌତମ ଅଦାନୀ ଶରଦ ପୱାରଙ୍କୁ ଭେଟିବ ନିଶ୍ଚିତ ଭାବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାହିଁକି ଭେଟିଲେ, ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ଏମିତି ଅନେକ  ସମସ୍ତଙ୍କ ମନରେ ଉତ୍କଣ୍ଠା ।

Leave A Reply

Your email address will not be published.