Latest Odisha News

ଜଳିଗଲା ସେନାବାହିନୀ ଗାଡ଼ି; ୪ ଯବାନ ସହିଦ

 ଶ୍ରୀନଗର: ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ସେନା ଗାଡ଼ିରେ ଲାଗିଗଲା ନିଆଁ । ୪ ଯବାନ ସହିଦ । ଏହି ଦୁର୍ଘଟଣା ଭାଟା ଦୁଡିଆ ଅଞ୍ଚଳରେ ହୋଇଛି । ଖବର ପାଇ ଆର୍ମି ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ଯାଞ୍ଚ ଚାଲିଛି ।

BjdElectrycity

କୁହାଯାଉଛି, ଘଡଘଡି ପଡି ସେନା ଟ୍ରକରେ ନିଆଁ ଲାଗି ଯାଇଥିଲା । ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଗାଡିରେ ୧୦ରୁ ୧୨ ଜଣ ଯବାନ ଥିଲେ । ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଡିରେ ଅସ୍ତ୍ରଶସ୍ତ୍ର ସମେତ ଡିଜେଲ ବି ଥିଲା । ତେଣୁ ଘଡଘଡି ପଡିବା କ୍ଷଣି ନିଆଁ ଭୟଙ୍କର ରୂପ ନେଇଥିଲା । ଘଡଘଡି ପଡିବା ସମୟରେ ସେହି ଅଞ୍ଚଳରେ ବର୍ଷା ହେଉଥିଲେ ବି ନିଆଁକୁ ଆୟତ୍ତ କରିବା ମୁସ୍କିଲ ଥିଲା । ତେଣୁ ଟ୍ରକଟି ଜଳି ଯାଇଥିଲା ।

 

 

 

Leave A Reply

Your email address will not be published.