Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେବେ ରାଘବ ଓ ପରିଣୀତି, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବାଜିବ ଶାହାନାଇ । ବିବାହ କରିବେ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ପ୍ରଚାର ହେଉଥିବା ବେଳେ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି ।

ସୋମବାର ପରିଣୀତି ସେଲିବ୍ରିଟି ମ୍ୟାନେଜରଙ୍କ ଅଫିସରେ ନଜର ଆସିଥିଲେ । ଏହି ସମୟରେ ସେ ନିଜ ଅନାମିକା ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କର ରାଘବଙ୍କ ସହ ନିର୍ବନ୍ଧ ସରିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଖୁବଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଚର୍ଚ୍ଚାରେ ରହିଥିବା ବେଳେ ବିଭିନ୍ନ ମହଲରୁ ସେମାନଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।

ପରିଣୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲି ଆଲୋଚନା ହୋଇଥିଲା । ଅକ୍ଟୋବର ୨୭ରେ ଜିଓ ମମି ଫିଲ୍ମ ମହୋତ୍ସବ ଥିବାବେଳେ ଏହି ଫିଲ୍ମରେ ଯୋଗ ଦେବାକୁ ଆସିବେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା । ତେବେ ଏହି ମହୋତ୍ସବରେ ରାଘବ ଓ ପରିଣୀତିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମହୋତ୍ସବ  ଅକ୍ଟୋବର ୨୭ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏଥିସହିତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଧ୍ୟ ଅଭିନେତ୍ରୀ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ବିଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୂର୍ବରୁ ପରିଣୀତି ଓ ରାଘବଙ୍କୁ ମୁମ୍ବାଇରେ ଲଞ୍ଚ୍‌ ଏବଂ ଡିନର ଡେଟ୍‌ରେ ଦେଖିବା ପରେ ସେମାନଙ୍କ ଡେଟିଂ ଗୁଜବ ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଅନେକ ଥର ବିମାନବନ୍ଦରରେ ଏକାଠି ନଜର ଆସିଥିଲେ।

Leave A Reply

Your email address will not be published.