ନୂଆଦିଲ୍ଲୀ: ଆମେରିକାର ଲାଞ୍ଚ ଦୁର୍ନୀତି ଅଭିଯୋଗକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ।
ଆମେରିକା ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଗୁରୁବାର ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ।
ଏହି ଘଟଣାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କ ତାଙ୍କ ସହ ଥିବାରୁ ଗୌତମ ଆଦାନୀଙ୍କୁ ଗିରଫ କରାଯିବ ନାହିଁ। ଏହା ସ୍ପଷ୍ଟ ହୋଇଛି ଯେ ଆଦାନୀ ଉଭୟ ଆମେରିକା ଏବଂ ଭାରତରେ ନିୟମ ଭାଙ୍ଗିଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆଦାନୀ କାହିଁକି ଏଯାବତ ସ୍ବାଧୀନ ଭାବେ ବୁଲୁଛନ୍ତି, କାରଣ ଅନେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରାଯିବାର ନଜର ରହିଛି ବୋଲି ରାହୁଲ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ- ଗୌତମ ଆଦାନୀଙ୍କ ଉପରେ ଠକେଇ ଅଭିଯୋଗ
Comments are closed.