Latest Odisha News

BREAKING NEWS

ତୁଟିଲା ଗେଣ୍ଡା ଫୁଲ୍ ବିବାଦ, ୫ ଲକ୍ଷ ଟଙ୍କା ପାଇଲେ ରତନ କହର !

ପଶ୍ଚିମବଙ୍ଗ: ମ୍ୟୁଜିକ ଭିଡିଓ ଗେଣ୍ଡା ଫୁଲକୁ ନେଇ ଉଠିଥିବା ବିବାଦ ଏବେ ଶିଥିଳ ପଡିଛି । ରାପର୍ ବାଦଶାହଙ୍କଠାରୁ ୫ ଲକ୍ଷ ଟଙ୍କା ପାଇଲେ ଭେଟେରାନ୍ ଲିରିକ୍ସ ରାଇଟର୍ ରତନ କହର ।

ବୁଧବାର ଏହି ଟଙ୍କା ବାଦଶାହଙ୍କଠାରୁ ପାଇଥିବା ନେଇ ରତନଙ୍କ ପୁଅ ସ୍ୱୀକାର କରିଛନ୍ତି । ତେବେ ଟଙ୍କା ନୁହେଁ ବରଂ ଏହି ଗୀତର ଅରିଜିନାଲ ଲିରିସିଷ୍ଟ ଭାବେ ତାଙ୍କ ନାଁ ସମଗ୍ର ଦେଶ ଜାଣପାରିିଥିବାରୁ ସେ ଅଧିକ ଖୁସୀ ଥିବା କହିଥିଲେ ରତନ କହର । ରତନ ଏମିତି ବି କହିଥିଲେ ଯେ ବାଦଶାହ କୁଆଡେ ଲକ୍‌-ଡାଉନ୍ ସରିବା ପରେ ତାଙ୍କ ଗାଁ ବୀରଭୁମରେ ମିଳିତ ଭାବେ ଏକ ମ୍ୟୁଜିକ ପ୍ରୋଗ୍ରାମ୍ କରିବେ ।

ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲ୍ ୩ରେ ରତନଙ୍କ ସହ ଭିଡିଓ କନଫେରେନ୍ସି କରି ବାଦଶାହ ସମସ୍ତ ଭୁଲ ଧାରଣାକୁ ସ୍ପଷ୍ଟ କରିଥିଲେ । ପରେ ଆକାଉଣ୍ଟରେ ଟଙ୍କା ପଠାଇବା ନେଇ ଜବାବ ଦେଇଥିଲେ । ଟଙ୍କା ଦେଣନେଣ ନେଇ ଦୁଇ ପକ୍ଷରୁ କୌଣସି ଲିଖିତ ସ୍ୱୀକାରୋକ୍ତି ସାମ୍ନାକୁ ଆସିନି । ହେଲେ ଅନେକ ନ୍ୟୁଜ ଏଜେନ୍ସି ଏ ନେଇ ଦାବି କରିଛନ୍ତି ।

Leave A Reply

Your email address will not be published.