Latest Odisha News

BREAKING NEWS

୭ଟି ରାଜ୍ୟରେ ୫ମ ପର୍ଯ୍ୟାୟ ନିର୍ବାଚନ: ୬୨.୫୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦେଶର ୭ଟି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସୋମବାର ଦିନ ସମାପ୍ତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଭିନ୍ନ ରାଜ୍ୟର ୫୧ଟି ଲୋକସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ସନ୍ଧ୍ୟା ସୁଦ୍ଧା ମତଦାନର ହାର ୬୨.୫୬ ପ୍ରତିଶତ ରହିଥିବାର ସୂଚନା ମିଳିପାରିଛି ।

୨୦୧୯ ସାଧାରଣ ନିର୍ବାଚନର ୫ମ ପର୍ଯ୍ୟାୟରେ ଯେଉଁସବୁ ରାଜ୍ୟରେ ଭୋଟଗ୍ରହଣ ହୋଇଥିଲା ସେହି ରାଜ୍ୟ ଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଜମ୍ମୁ ଓ କାଶ୍ମୀର ରାଜ୍ୟ ।

ଆଜି ଯେଉଁ ବରିଷ୍ଠ ନେତା ମାନଙ୍କର ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି ସେମାନେ ହେଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

Leave A Reply

Your email address will not be published.