Latest Odisha News

BREAKING NEWS

ହାତୀ ଆକ୍ରମଣରେ ମହିଳା ଗୁରୁତର, ବନବିଭାଗରକର୍ମୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନବିଭାଗର କର୍ମଚାରୀ ମାନଙ୍କୁ ଅଟକ ରଖିଛନ୍ତି ।

ସୂଚନା ଅନୁସାରେ, ଗାଁର ସବିତା ନାମକ ଜଣେ ମହିଳା ସକାଳୁ ଗାଁ ପୋଖରୀକୁ ଗାଧେଇବାକୁ ଯାଉଥିଲେ । ତେବେ ସେଠାରେ ପୂର୍ଵରୁ ଏକ ହାତୀ ରହିଥିବା ଗାଁ ଲୋକ ଜାଣିନଥିଲେ । ମହିଳା ଜଣଙ୍କ ପୋଖରୀ ନିକଟରେ ପହଞ୍ଚିବା ବେଳେ ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ପାଖରେ ଥିବା କିଛି ଲୋକ ପାଟି କରିବାରୁ ହାତୀଟି ପଳାଇ ଯାଇଥିଲା ।

ତେବେ ହାତୀ ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇ ପଡ଼ିଥିବା ବେଳେ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏପଟେ ହାତୀ ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି ବସି ରହିଥିଲେ ।

ଏହି ସମୟରେ ସେଠାକୁ ଯାଇଥିବା ବନ ବିଭାଗର କିଛି କର୍ମଚାରୀଙ୍କୁ ଗାଁ ଲୋକ ଅଟକ ରଖିଛନ୍ତି । ହାତୀ ଗାଁ ନିକଟକୁ ଆସିଲା ହେଲେ ବନ ବିଭାଗ କିଭଳି ଜାଣି ପାରିଲା ନାହିଁ କି ଲୋକଙ୍କୁ ସଚେତନ କରାଇଲା ନାହିଁ ବୋଲି ଲୋକ କ୍ଷୋଭ ପ୍ରକାଶ କରି ଆନ୍ଦୋଳନ ସ୍ଥଳରେ ବନ ବିଭାଗର ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ।

Leave A Reply

Your email address will not be published.