Latest Odisha News

BREAKING NEWS

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ଭୁବନେଶ୍ଵର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସେହି ବିଦ୍ୟାଳୟକୁ ପଢ଼ିବାକୁ ଆସୁଥିବା ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ରସିକିଆ ଭୁଗୋଳ ଶିକ୍ଷକ । ଛାତ୍ରୀ ଜଣଙ୍କୁ ଡାକି ପ୍ରଥମେ ପ୍ରେମ ନିବେଦନ କରିଥିଲେ। ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖୁଥିଲେ । ଏହାସହ ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରାଇ ଦେବାକୁ ଧମକ ଦେଉଥିଲେ ଏବଂ ଘରେ କେହି ନଥିବା ବେଳେ ସେ ଘରକୁ ଯିବେ ବୋଲି କହୁଥିଲେ ସମ୍ପୃକ୍ତ ଭୂଗୋଳ ଶିକ୍ଷକ । ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ  ଛାତ୍ରୀଙ୍କୁ ପ୍ରେମ ଭିକ୍ଷା କରୁଥିଲେ ରସକିଆ ଶିକ୍ଷକ।

ଗୋଟେ ମାସ ହେବ ରସିକିଆ ଶିକ୍ଷକ ଛାତ୍ରୀଙ୍କୁ ହଇରାଣ କରି ଆସୁଥିଲେ। ଛାତ୍ରୀ ଜଣଙ୍କ ସାରଙ୍କ କାର୍ଯ୍ୟାଳୟରେ ଅତିଷ୍ଠ ହୋଇ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଭରତପୁର ଥାନାରେ ସାରଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ରସକିଆ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.