Latest Odisha News

BREAKING NEWS

ବାପାଙ୍କ ମୃତ୍ୟୁର ବର୍ଷେ ପରେ ସମାନ ସ୍ଥାନରେ ପୁଅକୁ ହତ୍ୟା, ୫ ଦିନରେ ଗଡ଼ିଲାଣି ୨ ମୁଣ୍ଡ

ବରଗଡ଼: ୫ ଦିନ ମଧ୍ୟରେ ଦ୍ୱିତୀୟ ହତ୍ୟାକାଣ୍ଡ । ପୁଣି ବରଗଡ଼ରେ ଚାଞ୍ଚଲ୍ୟ । ମାତ୍ର ସପ୍ତାହକ ଭିତରେ ବରଗଡ଼ ସହରରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ୧୫ ତାରିଖରେ ୧୧ ନମ୍ବର ୱାର୍ଡରୁ ଜଣଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଆଜି ପୁଣି ୧ ନମ୍ବର ୱାର୍ଡରୁ ମିଳିଛି କ୍ଷତ ବିକ୍ଷତ ମୃତଦେହ ।

ଆଉ ସବୁଠାରୁ ବଡ଼ କଥା ହେଉଛି, ବର୍ଷେ ତଳେ ଯେଉଁ ସ୍ଥାନରୁ ସ୍ୱାମୀଙ୍କ ମୃତଦେହ ମିଳିଥିଲା । ଠିକ୍ ସେହି ସ୍ଥାନରୁ ପୁଅର ମୃତଦେହ ମିଳିଥିବା କହିଛନ୍ତି ମାଆ । ଯାହାକି ହତ୍ୟାକାଣ୍ଡକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି । ମୃତକ ନିଲି ବନ୍ଧପଡ଼ାର ରାକେଶ ପ୍ରଧାନ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ବୁଧବାର ରାତିରେ ମାଆଙ୍କୁ ଟିକେ ବାହାରୁ ଆସୁଛି କହି ଘରୁ ବାହାରି ଥିଲେ ରାକେଶ । ହେଲେ ବିଳମ୍ବିତ ରାତି ଯାଏ ଫେରି ନଥିଲେ । ଆଉ ଆଜି ଭୋରରୁ ରାକେଶଙ୍କ ମୃତଦେହ କେଶବ ନଗରରୁ ମିଳିଥିବା ବେଳେ ମୁଣ୍ଡ ଓ ବେକରେ କ୍ଷତ ରହିଛି । ମୃତଦେହ ନିକଟରେ ଥିବା ବାଲିଗଦାରୁ ମିଳିଛି ମାରଣାସ୍ତ୍ର ।

୧୯ ବର୍ଷର ରାକେଶଙ୍କ ମୃତଦହ ଜବତ କରି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରୁଛି । ତେବେ କିଏ ଓ କାହିଁକି ରାକେଶକୁ ହତ୍ୟା କଲା ? ରାକେଶଙ୍କ ବାପାଙ୍କ ମୃତଦେହ ମିଳିବା ସହ କଣ ରହିଛି ରାକେଶଙ୍କୁ ହତ୍ୟାର ସମ୍ପର୍କ ? ଏ ଦିଗରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ ମାତ୍ର ୫ ଦିନ ମଧ୍ୟରେ ସହରରେ ଦୁଇ ଦୁଇଟି ହତ୍ୟାକାଣ୍ଡକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ବରଗଡ଼ବାସୀ ।

Leave A Reply

Your email address will not be published.