Latest Odisha News

BREAKING NEWS

ରୁଷ-ୟୁକ୍ରେନ ବିବାଦ: ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଲା ଜର୍ମାନୀ

ମସ୍କୋ: ରୁଷ-ୟୁକ୍ରେନ ବିବାଦ ବଢ଼ିବା ବଦଳରେ କମିବାର ନାମ ଧରୁନି । ୟୁକ୍ରେନ ଉପରେ ରୁଷ ବଳପୂର୍ବକ ପଦକ୍ଷେପ ଅଧିକାଂଶ ଦେଶ ବିରୋଧ କରୁଛନ୍ତି । ମଙ୍ଗଳବାର ରୁଷିଆ ସହିତ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଛି । ୧୨୭୫ କିଲୋମିଟରର ଏହି ଅଣ୍ଡର ୱାଟର ଗ୍ୟାସ ପାଇପଲାଇନ ପ୍ରୋଜେକ୍ଟ ରୁଷିଆ ଦେଇ ଉତର ପୂର୍ବ ଜର୍ମାନୀ ପର୍ଯ୍ୟନ୍ତ ଯାଇଥାନ୍ତା ।

ଏହି ପ୍ରୋଜେକ୍ଟ ବନ୍ଦ ହେବା ରୁଷକୁ ଶକ୍ତ ଧକ୍କା ସଦୃଶ । ପାଇପଲାଇନ ମାଧ୍ୟମରେ ରୁଷିଆ ୟୁରୋପୀୟ ଦେଶକୁ ଗ୍ୟାସ ପଠାଇଥାନ୍ତା । ୨୦୧୧ରୁ ରୁଷିଆର ଗଜପ୍ରୋମ ଏହା ଉପରେ କାର୍ଯ୍ୟ କରୁଛି । ୟୁକ୍ରେନ ସପକ୍ଷରେ ଏହା ଆମର କଡା ଜବାବ ବୋଲି ଜର୍ମାନୀ କହିଛି ।

Comments are closed, but trackbacks and pingbacks are open.