Latest Odisha News

ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ପୁରୀର ୫ଟି ବୁଥରେ ହେବ ସାନି ମତନାଦ

ପୁରୀ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ଭୋଟ ବାକ୍ସ ନେଇ ଚମ୍ପଟ ମାରିବା ଘଟଣାକୁ ନେଇ ମତଦାନ ବାତିଲ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ୨୩ ତାରିଖ ସାନି ମତଦାନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

କଣାସ ବ୍ଲକ ବଡାଲ ଗ୍ରାମପଞ୍ଚାୟତର ୫, ୭ ଓ ୮ ନମ୍ବର ବୁଥ, କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପଞ୍ଚାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ଚାପମାଣିକ ଗ୍ରାମର ୯ ନମ୍ବର ବୁଥରେ ସାନି ମତଦାନ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା କାଲି ୯ ଟା ଠାରୁ ୩ ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ ।

ସୂଚନା ଅନୁଯାୟୀ ପ୍ରଥମ ପର୍ୟ୍ୟାୟ ମତଦାନ ସମୟରେ ବ୍ରହ୍ମଗିରୀ ଚାପମାଣିକ ପଞ୍ଚାୟତର କାଶୀଝରିଆ ୯ ନମ୍ବର୍ ବୁଥରେ କିଛି ଦୁର୍ବୁର୍ତ୍ତ ଭୋଟ ବାକ୍ସ ନେଇ ଚମ୍ପଟ ମାରିଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ସେହିପରି କୃଷ୍ଣପ୍ରସାଦ ଅଲଣ୍ଡା ଗ୍ରାମପଞ୍ଚାୟତର ୮ ନମ୍ବର୍ ବୁଥରେ ଅଲଣ୍ଡା ଓ ତିଛିଣି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ମତଦାନ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟରେ କଣାସରେ ମଧ୍ୟ ଅନୁରୂପ ଭାବେ ବଡାଲ ଗ୍ରାମ ପଞ୍ଚାୟତ ର ୫,୭ ଓ ୮ ନମ୍ବର ବୁଥରେ ଭୋଟ କ୍ୟାପଚରିଂ ସହ ସାମ୍ବାଦିକଙ୍କୁ ଆକ୍ରମଣ ଚିତ୍ର ସାମ୍ନାକୁ ଆସିଥିଲା । ଫଳରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

Comments are closed, but trackbacks and pingbacks are open.