Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି ।

ଦୀର୍ଘ ଦିନ ଧରି ସେ ଦଳରେ ଥିଲେ ମଧ୍ୟ ଅସନ୍ତୁଷ୍ଟ ଥିଲେ । କଥିତ G-23 ଗୋଷ୍ଠୀରେ ଗୁଲାମ ନବି ଆଜାଦଙ୍କ ବଡ଼ ଭୂମିକା ଥିଲା । ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ବରିଷ୍ଠ ନେତା କପିଲ୍ ସିବଲ ଦଳରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.