Latest Odisha News

BREAKING NEWS

ପୋଖରୀକୁ ଫୁଲ ତୋଳିବାକୁ ଯାଇ ଯୁବତୀଙ୍କ ଶୋଚନୀୟ ମୃତ୍ୟୁ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ଅଞ୍ଚଳରେ ଜଣେ ଯୁବତୀ ପୋଖରୀକୁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ି ଯାଇଛନ୍ତି । ତାଙ୍କର ଏହି ମୃତ୍ୟୁରେ ସମଗ୍ର ବିନିକା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନାନୁଯାୟୀ, ବିନିକା ଥାନା ଅନ୍ତର୍ଗତ ଚରଦା ଗ୍ରାମର ୧୮ ବର୍ଷ ବୟସ୍କା ଯୁବତୀ ପ୍ରିୟଙ୍କା ଧାନପତି ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇସାରି ପୋଖରୀ ମଝିରେ ଥିବା ଫୁଲ ତୋଳିବାକୁ ଯାଇ ପାଣିରେ ବୁଡ଼ିଯାଇଥିଲେ ।

ଖବରପାଇ ବିନିକା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ପୋଖରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ମୃତା ଯୁବତୀ ଜଣକ ଚରଦା ଗ୍ରାମର ଗୋନୀନାଥ ଧାନପତିଙ୍କ ଝିଅ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.