Latest Odisha News

BREAKING NEWS

ଏହି ଉପାୟରେ ଜାଣନ୍ତୁ ଆପଣଙ୍କ କଲ ରେକର୍ଡ଼ିଂ ହେଉଛି କି ନାହିଁ…

ଭୁବନେଶ୍ୱର: ଅନେକ ସମୟରେ ଆମେ ଅନେକ ଧୋକାଧାରୀର ଶିକାର ହୁଅନ୍ତି । ତେବେ ଚୋର ଯେତେ ଚାଲାଖ ହେଲେ ମଧ୍ୟ ଧାରା ପଡିବା ପାଇଁ କିଛି ନା ବାଟ ସେ ଛାଡି ଦେଇଥାଏ ।

ତେବେ ଅନେକ ସମୟରେ ଆମେ ଶୁଣିଥାଉ ଲୋକଙ୍କ ଇଚ୍ଛା ବିରୁଦ୍ଧରେ କେହି ସେମାନଙ୍କ କଲ୍ ରେକର୍ଡ଼ କରୁଥାଏ । ଯାହାକୁ ପରେ ହୁଏତ ସେହି ବ୍ୟକ୍ତି ନିଜତ କୌଣସି ସ୍ୱାର୍ଥ ହାସଲ ନିମନ୍ତେ ସେ ରେକର୍ଡ଼ିଂକୁ ବ୍ୟବହାର କରିପରେ।

କିନ୍ତୁ କଲ ରେକର୍ଡ଼ ହେଉଥିବା ବ୍ୟକ୍ତିଟିକୁ ଅନେକ ଥର ଏହା ଜଣା ପଡ଼ିନଥାଏ ଏବଂ ତା’ର କଲ୍ ରେକର୍ଡ଼ ହୋଇ ଚାଲିଥାଏ।

ଭାରତ ସହିତ ଅଧିକାଂଶ ଦେଶରେ ବିନା ଅନୁମତିରେ କଲ୍ ରେକର୍ଡ଼ କରିବାକୁ ବେଆଇନ ଘୋଷିତ ମଧ୍ୟ କରାଯାଇଛି।

ଆପଣ ଯଦି ସନ୍ଦେହ କରୁଛନ୍ତି ଆପଣଙ୍କ କଲ ରେକର୍ଡ଼ିଂ ହେଉଛି ତେବେ ଏହିପରି ଲଗାଇ ପାରିବେ ଏହାର ସନ୍ଧାନ ।

ଆପଣଙ୍କ କଲ୍ ରେକର୍ଡ଼ ହେଉଛି ନା ନାହିଁ ଏହା ସନ୍ଧାନ କରିବା ଆପଣଙ୍କ ପକ୍ଷେ ମଧ୍ୟ ସମ୍ଭବ।

କଲ୍ ରେକର୍ଡ଼ିଂକୁ ବୁଝିବା ଲାଗି ଆପଣ କିଛି ଜିନିଷ ଉପରେ ଧ୍ୟାନ ରଖି ପାରିବେ।

ଫୋନ ଓଭରହିଟିଂ:

ଏହା ଏକ ସମସ୍ୟା, ମାତ୍ର ଏହି ସମସ୍ୟା ଯଦି ବାରମ୍ବାର ହେଉଛି, ତେବେ ଆପଣଙ୍କୁ ଏହା ଉପରେ ଧ୍ୟାନ ଦେବା ଉଚିତ୍। କାରଣ କଲ ରେକର୍ଡ଼ିଂ ଏହି ପରି ମଧ୍ୟ କରାଯାଏ। ଆପଣଙ୍କ ଫୋନରେ ଏହି ଧରଣର ସଫ୍ଟ ଓୟାର ଇନଷ୍ଟଲ ହୋଇଥାଏ ଯାହା କଲ୍ ରେକର୍ଡିଂକୁ ଅନ୍ୟ ଆଡ଼େ ପଠାଇଥାଏ।

ଧ୍ୟାନ ଦେଇ ଶୁଣନ୍ତୁ:

ଥମ୍ବ ରୁଲ ଅନୁଯାୟୀ ଯଦି ଆପଣଙ୍କ ପାଖକୁ କେହି କଲ୍ କରୁଛନ୍ତି କିମ୍ବା ଆପଣ କାହାକୁ କଲ୍ କରୁଛନ୍ତି ଏବଂ କଲ୍ ସମୟରେ କିଛି ସେକେଣ୍ଡ କିମ୍ବା ମିନିଟ୍ ପରେ ବିପର ସ୍ଵର ଶୁଣିବାକୁ ମିଳୁଛି ତେବେ ଜାଣି ନିଅନ୍ତୁ ଯେ କେହି ଆପଣଙ୍କର କଲ୍ ରେକର୍ଡ଼ କରୁଛି।

ମାଇକ୍ ଆଇକନ:

ସ୍ମାର୍ଟଫୋନର ସବୁଠୁ ଉପର ପ୍ୟାନେଲରେ ଯଦି ବିନା କୌଣସି ଜରୁରୀ ମାଇକ୍ ଆଇକନ ଦେଖାଯାଉଛି ତେବେ ଆପଣଙ୍କ କଲ୍ ରେକର୍ଡ଼ କରାଯାଉଛି। ତେଣୁ ଏହି ସବୁ ସଙ୍କେତ ଦେଖିଲେ ଆପଣ ସତର୍କ ହୋଇ ଯାଆନ୍ତୁ ।

ସ୍କ୍ରିନ ଅନ ହୋଇ ଯାଉଛି:

ଯଦି ଆପଣ ସେତେଟା ଫୋନ ବ୍ୟବହାର କରୁନାହାନ୍ତି ଏବଂ କୌଣସି ନୋଟିଫିକେସନ ମଧ୍ୟ ଆସୁନାହିଁ ତଥାପି ସ୍କ୍ରିନ ଅନ ହୋଇ ଯାଉଛି କିମ୍ବା ସାଇଲେଣ୍ଟ ମୋଡ୍ ମନେ ମନେ ଅଫ ହୋଇ ଯାଉଛି, ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କ କଲ ରେକର୍ଡ଼ିଂ ପାଇଁ ଆପଣଙ୍କ ଫୋନରେ କୌଣସି ଆପ ଇନଷ୍ଟଲ କରାଯାଇଛି।

 

Leave A Reply

Your email address will not be published.