Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରୁ ଯୁକ୍ତ ୩ର ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ କଲେଜରରେ ଛାତ୍ରଛତ୍ରୀମାନେ ଇ-ଆଡମିଶନ ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.