Latest Odisha News

BREAKING NEWS

ଦେବୀ ଦୁର୍ଗାଙ୍କର ଡାକ୍ତର ଅବତାର; ଫଟୋ ଭାଇରାଲ

କୋଲକାତା: ଆସିଲାଣି ଦେବୀ ଦୁର୍ଗାଙ୍କ ପର୍ବ । ଭେଳି କି ଭେଳି ମଣ୍ଡପରେ ମାଁ ଦୁର୍ଗାଙ୍କ ଭେଳି କି ଭେଳି ରୂପ । ଦୁର୍ଗାଙ୍କର ପ୍ରବାସୀ ମା’ ଅବତାର ପଶ୍ଚିମବଙ୍ଗର କୋଲକାତାରେ ଭାଇରାଲ ହେବା ପରେ, ଅନ୍ୟ ଜଣେ କଳାକାରଙ୍କ ହାତରେ ଭିନ୍ନ ଏକ ରୂପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା ।

ଏଠାରେ ମାଁ ଦୁର୍ଗାଙ୍କୁ କରୋନାଭାଇରସ୍ ସହିତ ଲଢ଼ୁଥିବା ଡାକ୍ତର ଭାବରେ ଚିତ୍ରଣ କରାଯାଇଛି

ପ୍ରତିବର୍ଷ ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର ପୂଜା ପଣ୍ଡାଲ ଚିନ୍ତାଧାରା, ସୃଜନଶୀଳତା ଏବଂ କଳା ଦୃଷ୍ଟିରୁ ସର୍ବୋତ୍ତମ ପ୍ରଦର୍ଶନ କରିଥାଏ।

ଚଳିତବର୍ଷ କରୋନାଭାଇରସ୍ କାରଣରୁ ପ୍ରତିବନ୍ଧକ ସତ୍ତ୍ୱେ କୋଲକାତାର କଳାକାର ଏବଂ ଆୟୋଜକମାନେ ଏହାକୁ ଏକ ଥିମ୍ ଭାବରେ ଅନ୍ତର୍ଭୁକ୍ତ କରିଛନ୍ତି ।

ଏହି ଉପସ୍ଥାପନାରେ ଦୁର୍ଗା ଏବଂ ଲକ୍ଷ୍ମୀ, ସରସ୍ୱତୀ, କାର୍ତ୍ତିକ ଏବଂ ଗଣେଶଙ୍କ ଆଦି ଦେବତାଙ୍କୁ କରୋନା ଯୋଦ୍ଧା ଭାବେ ଚିତ୍ରଣ କରାଯାଇଛି ଯେଉଁମାନେ କରୋନାଭାଇରସ୍ ମହାମାରୀ ମଧ୍ୟରେ ଜୀବନ ବଞ୍ଚାଇବାରେ ଅବଦାନ ଦେଇ ଦେବୀ ଦେବତା ତୁଲ୍ୟ କାର୍ଯ୍ୟ କରୁଛନ୍ତି ।

ଦୁର୍ଗା ଜଣେ ଡାକ୍ତରଙ୍କ କୋଟ ପିନ୍ଧି ମହିଷାସୁର ସହିତ ଲଢୁଛନ୍ତି ବୋଲି ଚିତ୍ରଣ କରାଯାଇଛି। ପାରମ୍ପାରିକ ଟ୍ରାଇଡେଣ୍ଟ (ତ୍ରିଶୂଲ) ବଦଳରେ ଦୁର୍ଗାଙ୍କ ହାତରେ ଏକ ଟିକା ଅଛି ଯାହାକୁ ସେ କରୋନାଭାଇରସ୍ ଭାବରେ ଚିତ୍ରିତ ମହିଷାଶୁରର ବଦ୍ଧ କରିବା ପାଇଁ ବ୍ୟବହାର କରୁଛନ୍ତି ।

ଗଣେଶ ଏବଂ କାର୍ତ୍ତିକ ପ୍ରତ୍ୟେକଙ୍କୁ ଜଣେ ପୋଲିସ କର୍ମଚାରୀ ଏବଂ ପରିମଳ କର୍ମଚାରୀ ଭାବରେ ଚିତ୍ରିତ କରାଯାଇଥିବା ବେଳେ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଜଣେ ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ ଭାବରେ ଚିତ୍ରଣ କରାଯାଇଛି।

ଏହି ମଣ୍ଡପର ଫଟୋ ସୋସିଆଲ ମିଡିଆରେ ସେୟାର କରାଯିବା ସଙ୍ଗେ ସଙ୍ଗେ ଭାଇରାଲ ମଧ୍ୟ ହୋଇଛି । ଏପରିକି କଂଗ୍ରେସ ସାଂସଦ ଶଶି ଥରୁର ଟ୍ୱିଟରରେ ଏହି ଅଭିନବ ମୂର୍ତ୍ତିର ଚିତ୍ର ସେୟାର କରିଛନ୍ତି।

ଏହାପୂର୍ବରୁ, ଦୁର୍ଗାଙ୍କର ମୂର୍ତ୍ତି ଏକ ପ୍ରବାସୀ ଶ୍ରମିକ ମା ଭାବରେ ଚିତ୍ରିତ ହୋଇଥିଲା, ଯାହା କଳାକାର ପଲ୍ଲଭ ଭୌମିକ୍ ଏବଂ ରିତୁ ଦାସଙ୍କ କାରିଗରୀ ବିଦ୍ୟାକୁ ଦର୍ଶାଇଥିଲା ।

Leave A Reply

Your email address will not be published.