Latest Odisha News

BREAKING NEWS

ୟୁପିରେ ମିଳିଲା ୩ହଜାର ଟନର ସୁନାର ଭଣ୍ଡାର; ଏବେ ୟୁରାନିୟମ ସନ୍ଧାନରେ ସରକାର

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସୁନାର ଏକ ବଡ ଭଣ୍ଡାର ମିଳିଛି । ସୋନଭଦ୍ରର ପାହାଡରେ ୩ହଜାର ଟନ ସୁନାର ଭଣ୍ଡାର ମିଳିଛି । ଏନେଇ ସ୍ପଷ୍ଟ କରାଯାଇଛି ଓ ଏବେ ନିଲାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଅତିଶୀଘ୍ର ସୁନା ଖଣିକୁ ନିଲାମ କରିଦିଆଯିବ । ସରକାରଙ୍କ ପକ୍ଷରୁ ୭ଜଣିଆ ଟିମ୍ ଗଠନ କରାଯାଇଛି ।

ବର୍ଷ ୨୦୦୫ରେ ଜିଏସଆଇର ଟିମ ଅଧ୍ୟୟନ କରି ସୋନଭଦ୍ରରେ ସୁନା ଥିବା ନେଇ ୨୦୧୨ରେ ସ୍ପଷ୍ଟ କରିଥିଲେ । ଏବେ ଉତ୍ତର ପ୍ରଦେଶ ସରକାର ସୁନା ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

ସୁନା ସହିତ ସୋନଭଦ୍ରର ସଲୈୟାଡିହ କ୍ଷେତ୍ରରେ ଏଡାଲୁସାଇଟ, ପଟୱଧରେ ପୋଟାଶ, ଭରହରୀ କ୍ଷେତ୍ରରେ ଲୌହ ଓର ଓ ଛାପିୟା ବ୍ଲକରେ ସିଲିମୈନାଇଟର ଭଣ୍ଡାରର ସନ୍ଧାନ କରାଯାଇଛି । ଏହା ସହିତ ସୋନଭଦ୍ର ଜିଲ୍ଲାରେ ୟୁରାନିୟମ ଭଣ୍ଡାର ଥିବାର ସମ୍ଭାବନା ଅଛି ଓ ଏହାର ସନ୍ଧାନରେ କେନ୍ଦ୍ରୀୟ ଟିମ୍ ଲାଗିପଡିଛନ୍ତି ବୋଲି ଜିଲ୍ଲାର ଖଣିଜ ଅଧିକାରୀ କେ.କେ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.