Latest Odisha News

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ରେକର୍ଡ

ନୂଆଦିଲ୍ଲୀ: ସିନିୟର ମହିଳା କ୍ରିକେଟର ମିତାଲି ରାଜଙ୍କୁ ଆଉ ଏକ ସଫଳତା । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି । କ୍ରିକେଟର ସବୁ ଫର୍ମାଟରେ ୧୦ହଜାର ରନ୍ ସଂଗ୍ରହ କରିବାରେ ମିତାଲି ହୋଇଛନ୍ତି ଦେଶର ପ୍ରଥମ ମହିଳା କ୍ରିକେଟର । ସେହିପରି ବିଶ୍ୱରେ ଦ୍ୱିତୀୟ ମହିଳା କ୍ରିକେଟର ଭାବରେ ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଏଲିଟ୍ କ୍ଲବରେ ପୂର୍ବରୁ ଇଂଲଣ୍ଡର ମହିଳା କ୍ରିକେଟର ଚାର୍ଲଟ ଏଡଓ୍ୱାର୍ଡସ ସାମିଲ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ଦିନିକିଆରେ ଆଜି ୧୦ହଜାର ରନ୍ କରିବାର ସଫଳତା ହାସଲ କରିଛନ୍ତି ୩୮ ବର୍ଷୀୟ ମିତାଲି ରାଜ । ଏହି ମ୍ୟାଚରେ ସେ ୫୦ବଲରୁ ସଂଗ୍ରହ କରିଛନ୍ତି ୩୬ ରନ୍ ।

ମିତାଲି ରାଜ ଭାରତ ପକ୍ଷରୁ ୧୦ଟି ଟେଷ୍ଟ ଖେଳି ହାସଲ କରିଛନ୍ତି ୬୬୩ ରନ୍ । ଟେଷ୍ଟରେ ସର୍ବାଧିକ ୨୧୪ ରନ୍ ସଂଗ୍ରହ କରିଛନ୍ତି । ସେହିପରି ୨୧୨ଟି ଦିନିକିଆ ଖେଳିଛନ୍ତି । ଓ୍ୱାନ ଡେରେ ହାସଲ କରିଛନ୍ତି ୬ହଜାର ୯୩୮ ରନ୍ । ୮୯ଟି ଟି-ଟ୍ୱେଣ୍ଟିରେ ମିତାଲି ୨ହଜାର ୩୬୪ ରନ୍ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.