Latest Odisha News

ନିଦ ହଜାଇଲାଣି ସୁନା ଦର: ୮୨ ଟପିଲା

ଭୁବନେଶ୍ୱର: ବାହାଘର ବଜାରରେ ଦାଉ ସାଧୁଛି ବର୍ଦ୍ଧିତ ସୁନା ଦର। ଯାହା ଏବେ ସାଧାରଣ ଲୋକଙ୍କ ବିବାହ ଚିନ୍ତାକୁ ବଢାଇ ଦେଇଛି । ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ଦାମ ୮୨ ହଜାର ଟପିଥିବା ବେଳେ ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ଦର ୭୫ ହଜାର ଡେଇଁଛି। ଅର୍ନ୍ତଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ହେତୁ ବର୍ତ୍ତମାନ ହୁ ହୁ ହେଇ ବଢ଼ିଚାଲିଛି ସୁନା ଦର୍।

ଅନ୍ୟପଟରେ ଆମେରିକାରେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଲୋକ ସୁନରେ ବେଶୀ ନିବେଶ କରୁଛନ୍ତି । ଯେଉଁ କାରଣରୁ ଆଜି ସକାଳର ସୁନା ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧୀନରେ ନୀତି ଅନିଶ୍ଚିତତା ଉପରେ ବୃଦ୍ଧି ହୋଇଛି । ଏଥିସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରୁ ମଧ୍ୟ ଏହା ବର୍ଦ୍ଧିତ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ସକାଳ ସୁଦ୍ଧା ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୯,୯୯୮ରେ ପହଞ୍ଚିଥିଲା ।

ତେବେ ବର୍ତ୍ତମାନ  ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୨,୪୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୫,୫୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ ଗ୍ରାମ୍ ପିଛା ୭,୫୫୫ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୬୦,୪୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ କଟକରେ  ୭୫,୫୫୦ ରହିଥିବା ବେଳେ ମୁମ୍ୱାଇରେ ୭୫,୫୫୦,ନୂଆଦିଲ୍ଲୀରେ ୭୫,୫୫୦ ଏବଂ କୋଲକାତାରେ ୭୫,୫୫୦ ରହିଛି ।

Comments are closed.