Latest Odisha News

BREAKING NEWS

୭୧ ହଜାର ପାର କଲା ସୁନା, ୮୩ ହଜାର ଛୁଇଁଲା ରୂପା

ନୂଆଦିଲ୍ଲୀ: ଆକାଶ ଛୁଆଁ ହେଉଛି ସୁନା ଦର । ଏପ୍ରିଲ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ସୁନା ରେକର୍ଡ ମୂଲ୍ୟ ୭୧,୫୦୦ ଟଙ୍କା ଅତିକ୍ରମ କରିଥିବାବେଳେ ରୂପା ମୂଲ୍ୟରେ ୮୩,୦୦୦ ଛୁଇଁଛି ।

ଗତକାଲି ତୁଳନାରେ ଭାରତରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୨୪୩ ଟଙ୍କା ବୃଦ୍ଧି ପାଇ ୭୧ହଜାର ୫୮୩ ଟଙ୍କାରେ ପହଁଚିଛି । ଗତକାଲି ସୁନା ଦର ୭୧ ହଜାର ୩୪୦ ଟଙ୍କା ଥିଲା । ଏହାସହ ଭାରତରେ ଆଜି ରୂପା ଦର ପ୍ରତି କିଲୋଗ୍ରାମ ପିଛା ୪୨୭ ଟଙ୍କା ବୃଦ୍ଧି ପାଇ ୮୨ ହଜାର ୮୭୭ ଟଙ୍କାରେ ପହଁଚିଛି । ଗତକାଲି ରୂପା ଦର ୮୨ ହଜାର ୪୫୦ ଟଙ୍କା ଥିଲା ।

ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୫,୭୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧, ୭୪୦ ଟଙ୍କା ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ସୁନା ଦର ୬୫,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୧,୮୯୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୭୬୦ ଟଙ୍କା ଓ ୭୧,୭୪୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ୧୦ ଗ୍ରାମ୍ ପ୍ରତି ୬୬,୭୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨,୭୭୦ ଟଙ୍କା ଥିବା ରେକର୍ଡ ହୋଇଛି। ସେହିଭଳି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୮,୭୬୦ ଟଙ୍କା ଓ ୭୧,୭୪୦ ଟଙ୍କା ରହିଛି।

Leave A Reply

Your email address will not be published.