Latest Odisha News

BREAKING NEWS

ଜରିମାନା, ବାସନ୍ଦ ଦଣ୍ଡରେ ଦଣ୍ଡିତ ହେଲେ ରୋନାଲ୍ଡୋ

ଆବୁଧାବି: ଚଳିତ ସାଉଦି ସୁପର କପ ଫୁଟବଲ ଟୁର୍ଣ୍ଣାମେଂଟ ଅବସରରେ ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନୋଲ୍ଡୋ ଜରିମାନା ଓ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ଅଲ ନାସର ଓ ଅଲ ହିଲାଲ ମଧ୍ୟରେ ଅନୁଷ୍‌ିଂତ ସେମିଫାଇନାଲ ମ୍ୟାଚ ଅବସରରେ ରୋନାଲ୍ଡୋ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅଲ ନାସର ପକ୍ଷରୁ ଖେଳୁଥିବା ଏହି ୫ଥର ବାଲନ ଡି ଅର ପୁରସ୍କାର ବିଜେତା ଷ୍ଟାର ବିପକ୍ଷ ଦଳର ଡିଫେଣ୍ଡର ଅଲି ଅଲ ବୁଲାହିଙ୍କୁ କହୁଣୀ ମାରିଥିଲେ । ରେଫରୀ ତାଙ୍କୁ ରେଡ କାର୍ଡ ଦେଖାଇଥିଲେ । ସେ ପଡିଆ ଛାଡି ଯିବା ବେଳେ ରେଫରୀଙ୍କୁ ମଧ୍ୟ ଅଶ୍ଲୀଳ ଇଙ୍ଗିତ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ସମ୍ପର୍କରେ ଠିକ ଭାବେ କୁହାଯାଇ ନାହିଁ । ଯଦି ଏହା ସତ୍ୟ ହୋଇଥାଏ ତେବେ ବାସନ୍ଦ ଦଣ୍ଡାଦେଶ ବଢ଼ିପାରେ । ଏହି ମ୍ୟାଚରେ ଅଲ ନାସରଙ୍କଠାରୁ ୨-୧ ଗୋଲରେ ଅଲ ହିଲାଲ ପରାଜିତ ହୋଇଥିଲା ।

ଏଥିସହ ଅଲ ହିଲାଲ ଗୁରୁବାର ଅଏ ଇତିହାଦ ସହ ଫାଇନାଲ ଖେଳିବା ଚୂଡାନ୍ତ ହୋଇଛି । ରୋନାଲ୍ଡୋ ବିଶ୍ୱର ମହାନ ଖେଳାଳି ଭାବେ ପରିଗଣିତ ହେଉଥିଲେ ଅଶୋଭନୀୟ ବ୍ୟବହାର ଯୋଗୁ ବାରମ୍ବାର ଦଣ୍ଡିତ ହୋଇଥାନ୍ତି ।

Leave A Reply

Your email address will not be published.