Latest Odisha News

BREAKING NEWS

ଉଦଯାପିତ ହେଲା ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ସ୍ଥିତ ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇ ଯାଇଛି। ଝାଟି ମାଟି ଘରୁ ଆରମ୍ଭ ହୋଇ ଆଜି 5ଟି ରୂପାନ୍ତରିତରେ ପରିଣତ ହୋଇଥିବା ଏହି ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ  ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ନାନା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଦେଶ ବିଦେଶ ରେ ଥିବା ଛାତ୍ର ଛାତ୍ରୀ ସହାୟତା ଯୋଗାଇବା ସହିତ ବିଦ୍ୟାଳୟ ର ଉନ୍ନତି କରିବା ପାଇଁ ଶପଥ ନେଇଛନ୍ତି।

ନାରୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଜ୍ୟର ପ୍ରତିଷ୍ଠିତ ଅତିଥି ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଉନ୍ନତି କରଣ ପାଇଁ ସହଯୋଗ ର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ସନ୍ଧ୍ୟା ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇ ରାଜ୍ୟ ସରକାର ସ୍କୁଲ ରୂପନ୍ତିକରଣ ଯୋଜନା କୁ ପ୍ରଶଂସା କରିବା ସହ ଏହାର ରକ୍ଷଣା ବେକ୍ଷଣ ଦୟୋଇତ୍ଵ ପୁରାତନ ଛାତ୍ରଛାତ୍ରୀ ନେବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ଦ୍ୱିତୀୟ ସନ୍ଧ୍ୟା ରେ ସୂଚନା ଲୋକ ସମ୍ପର୍କ ବିଭାଗ ର ପୂର୍ବତନ ଅତିରିକ୍ତ ସଚିବ ପ୍ରମୋଦ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗ ଦେଇ ସୁନାଗରିକ  ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା ଅନିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ର ଉନ୍ନତି କରଣ ପାଇଁ ସହାୟତା ଘୋଷଣା କରିଥିଲେ। ଏଥି ସହିତ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.