Latest Odisha News

BREAKING NEWS

ମୋଷ୍ଟୱାଣ୍ଡେଡ୍ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟାକାଣ୍ଡର ମୁଖ୍ୟ ସନ୍ଦିଗ୍ଧ ତଥା ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରକୁ ହତ୍ୟା କରାଯାଇଛି । ଆମେରିକୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ କିଛି ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋୟୀର ବେଶ୍ ନିକଟତର ହେଉଛି ଗୋଲ୍ଡି । ଆମେରିକାରେ ଗୋଲ୍ଡି ହିଁ ବିଷ୍ଣୋୟୀ ଗ୍ୟାଙ୍ଗ ସମ୍ବାଳୁଥିଲା ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଏହି ହତ୍ୟାକାଣ୍ଡ ପଛରେ ଖଲିସ୍ତାନୀ ଗ୍ରୁପର ସଂପୃକ୍ତି ଥିବା କୁହାଯାଉଛି। ତେବେ ଏଯାଏଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ନେଇ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ । ବିଦେଶରେ ରହି ନିଜର ଅପରାଧ ନେଟୱର୍କ ପରିଚାଳନା କରୁଥିବା ଗୋଲ୍ଡି ନିଜ ସମ୍ପର୍କୀୟ ଭାଇ ଗୁରୁଲାଲ ବ୍ରାରକୁ ହତ୍ୟା କରି ଅପରାଧ ଦୁନିଆରେ ପାଦ ଦେଇଥିଲା । କାନାଡାରେ ରହୁଥିବା କିଛି ଖଲ୍ଲିସ୍ତାନୀ ଆତଙ୍କବାଦୀଙ୍କ ସହ ମଧ୍ୟ ତାର ସମ୍ପର୍କ ରହିଥିଲା। ଅସ୍ତ୍ରଶସ୍ତ୍ର ଚୋରାଚାଲାଣରେ ମଧ୍ୟ ସଂପୃକ୍ତ ଥିଲା ଗୋଲ୍ଡି ।

କହିରଖୁଛୁ ଯେ, ୨୦୨୨ ଜୁନ ୧୫ ତାରିଖରେ ଗୋଲ୍ଡି ବିରୋଧରେ ଇଣ୍ଟରପୋଲ ଲୁକ୍ ଆଉଟ ନୋଟିସ ଜାରି କରିଥିଲା। ହତ୍ୟା, ହତ୍ୟା ପାଇଁ ଷଡ଼ଯନ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ପାଇଁ ଗୋଲ୍ଡି ବ୍ରାର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା । ଗତ କିଛି ଦିନ ପୂର୍ବରୁ ଅର୍ଥାତ୍ ଚଳିତ ବର୍ଷ ପ୍ରଥମରେ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ ।

ସେପଟେ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣାର ଅଭିଯୁକ୍ତ ଅନୁଜ ଥାପନ ଗତକାଲି ଜେଲରେ ଆତ୍ମହତ୍ୟା କରିଛି । ଗୁଳିମାଡ ଘଟଣାରେ ବନ୍ଧୁକ ଯୋଗାଇଥିବା ଅଭିଯୋଗରେ ଗିରଫ ହୋଇ ଅନୁଜ ମୁମ୍ବାଇ ଜେଲରେ ଥିଲା। ବୁଧବାର ଜେଲର ବାଥରୁମରେ ସେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । ତେବେ ସଲମାନଙ୍କ ଘର ସାମ୍ନାରେ ଗୁଳିମାଡ ଘଟଣାରେ ଥାପନ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିଲା । ସେ ଲରେନ୍ସ ବିଷ୍ଣୋୟୀର ଲୋକ ଥିବା ମଧ୍ୟ ଶୁଣିବାକୁ ମିଳିଥିଲା ।

 

Leave A Reply

Your email address will not be published.