Latest Odisha News

BREAKING NEWS

ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଜଣ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି)ଙ୍କୁ ପଦରୁ ହଟାଇ ଦିଆଯାଇଛି।

ତାଳସଙ୍ଗା ଓ ମାର୍ଶାଘାଇ ବ୍ଲକର ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବାସନ୍ତୀଆଙ୍କୁ ରାଜନୈତିକ ସମାବେଶରେ ଅଂଶଗ୍ରହଣ କରିବା, ଶଙ୍ଖ ଫୁଙ୍କିବା ପାଇଁ ହୁଳ ହୁଳ ପକାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।

ଏ ନେଇ ବିଜେପି ଅଭିଯୋଗ କରିବା ପରେ ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ ତଦନ୍ତ କରି ଏପ୍ରିଲ ୩୦ତାରିଖରେ ରିପୋର୍ଟ ଦାଖଲ କରିଥିଲେ। ଜିଲ୍ଲାପାଳଙ୍କ ଚିଠିରେ କୁହାଯାଇଛି ଯେ, ରିପୋର୍ଟର ସମୀକ୍ଷା କରିବା ପରେ ଉଭୟଙ୍କୁ ଚାକିରିରୁ ନିଲମ୍ବିତ କରାଯିବ।

ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଷ୍ପାଞ୍ଜଳି ମହାନ୍ତିଙ୍କ ବିରୋଧରେ ରାଜନୈତିକ ପ୍ରଚାରର ଅଭିଯୋଗ ଆଣିଥିଲା। ଯାହା ଜନପ୍ରତିନିଧି ଆଇନର ଧାରା ୧୨୯ର ଉଲ୍ଲଂଘନ କରି ରାଜନୈତିକ ଫାଇଦା ପାଇଁ ତାଙ୍କ ସରକାରୀ ଭୂମିକାକୁ ରାଜନୈତିକ ଫାଇଦା ପାଇଁ ଶୋଷଣ କରିପାରେ।

Leave A Reply

Your email address will not be published.