Latest Odisha News

BREAKING NEWS

ଗତକାଲି ସଂଧ୍ୟାରେ ଟିକିଏ ଆଶ୍ୱସ୍ତି ପରେ ଆଜି ସକାଳେ ଖରା ଦେଖାଇଲାଣି ଟ୍ରେଲର, ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଗତକାଲି ସଂଧ୍ୟାର ଟିକିଏ ଆଶ୍ୱସ୍ତି ପରେ ଆଜି ସକାଳୁ ପୁଣି ଡହ ଡହ ଖରାର ଅନୁଭୂତି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହାରି ଭିତରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ସର୍ବୋଚ୍ଚ ତାପମାତ୍ରା ୩୭.୨ ଡିଗ୍ରୀ, ଭବାନୀପାଟଣାରେ ୩୬.୨ ଡିଗ୍ରୀ ଓ ବଲାଙ୍ଗୀରରେ ୩୫.୪ ଡିଗ୍ରୀ ରେକର୍ଡ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ମାଲକାନଗିରି, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, କେନ୍ଦୁଝର ଓ ବାରିପଦାରେ ମଧ୍ୟ ତାପମାତ୍ରା ୩୪ରୁ ୩୪.୮ ଡିଗ୍ରୀ ମଧ୍ୟରେ ରହିଛି।

ବୁଧବାର କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଲା ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ା। ଏହାବ୍ୟତୀତ ଅନ୍ୟ ୧୧ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଶୁକ୍ରବାର ପାଇଁ ୬ଟି ଲେଖାଏଁ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତେବେ ମେ’ ୫ ତାରିଖ ପରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ବୋଲି ଆଇଏମଡି ଆକଳନ କରିଛି। ବର୍ଷା ଓ କୁଆପଥର ବର୍ଷା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାର ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ପରେ ଏହି ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.