Latest Odisha News

BREAKING NEWS

ଆପଣ ଖାଦ୍ୟରେ ପାନମଧୁରି ବ୍ୟବହାର କରନ୍ତି କି? ଜାଣନ୍ତୁ କଣ ଏହାର ଉପାଦେୟତା…

ପାନମଧୁରୀ.. ଯିଏ ଖାଇଛି ସିଏ ଜାଣିଛି ତା’ର ମଧୁରତା ।  ସ୍ୱାଦ ଯେମିତି ସୁବାସ ସେମିତି । କେତେ ବେଳେ ଖାଦ୍ୟରେ ତ କେତେବେଳେ ପାନୀୟ ବ୍ୟବହାର କରାଯାଇଥାଏ ପାନମଧୁରୀ । କେତେବଳେ ପୁଣି ମାଉଥଫ୍ରେସ ପାଇଁ ଖୋଜା ପଡିଥାଏ ପାନମଧୁରୀ । ଏମିତି ଲୋକ ଅଛନ୍ତି ଯିଏ  ଦୈନନ୍ଦିନ ଖାଦ୍ୟ ଓ ପାନୀୟରେ ଏହାକୁ ବ୍ୟବହାର କରନ୍ତି ।   କିଛି କିଛି ଲୋକ ଏହାକୁ ପ୍ରତିଦିନ କ୍ଷୀରରେ ପକାଇ ମଧ୍ୟ ପିଅନ୍ତି । ଏହାଛଡ଼ା ପାନମଧୁରୀକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ । ଗୋଟିଏ ଜିନିଷ କିନ୍ତୁ ସବୁଥିପାଇଁ ଲୋଡା ।

ହେଲେ ଆପଣ ଜାଣନ୍ତି କି ପାନମଧୁରି ଖାଇବାର ପ୍ରକୃତ ଫାଇଦା । ଏହା ଖାଇବା ଦ୍ୱରା ଓଜନ ହ୍ରାସ ହୋଇଥାଏ । ଏତଦବ୍ୟତିତ ମଧୁରି ଅନେକ ଶାରିରୀକ ରୋଗବ୍ୟାଧିକୁ ବି ଦୁର କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ପାନମଧୁରିର ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟଗତ ଫାଇଦା ବିଷୟରେ ।

ପାନମଧୁରିରେ ଏସ୍ପିଟିକ ଏସିଡ ରହିଥାଏ ,ଯାହାଦ୍ଵାରା ଏସିଡିଟି ଭଳି ଅସୁବିଧା ଦୂର ହୋଇଥାଏ ଏବଂ ପାଚନ ପ୍ରକ୍ରିୟା ଠିକ ରହିଥାଏ । ଆଖି ସୁସ୍ତ ରହିଥାଏ ଏବଂ ମୋତିୟାବିନ୍ଦୁ ଭଳି ସମସ୍ୟାରୁ ମଧ୍ୟ ବଞ୍ଚାଇ ଥାଏ ମଧୁରି । ଏଥିରେ କୋଲେଷ୍ଟ୍ରୋଲ ର ସ୍ତର ଠିକ ରହିଥାଏ ଏବଂ ହାର୍ଟ ରୋଗରୁ ରକ୍ଷା କରିଥାଏ । ଏହାଦ୍ଵାରା ଶରୀରର ଟ୍ୟାକ୍ସିନସ ଦୂର ହୋଇଥାଏ ଏବଂ ଇଉରିନ ଇନଫେକସନ ବି ହୋଇନଥାଏ ।ଏଥିରେ ପୋଟାସିୟମ ର ପରିମାଣ ଅଧିକ ଥିବାରୁ ବ୍ଲଡ଼ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ କ୍ୟାଲସିୟମ ରହିଥାଏ ଯାହା ହାଡଗୁଡିକୁ ମଜବୁତ କରିଥାଏ ଏବଂ ଗଣ୍ଠି ଦରଜ ରୁ ବି ଆରାମ ଦେଇଥାଏ । ପାନମଧୁରି ଖାଇବା ଦ୍ୱାରା ଶରୀରର ମେଟାବୋଲିଜିମ ବଢିଥାଏ ଯେଉଁଥିରେ ଓଜନ କଣ୍ଟ୍ରୋଲ ରେ ରହିଥାଏ ଏବଂ ମୋଟାପଣ ଦେଖାଯାଇ ନଥାଏ । ଏଥିରେ ଆଣ୍ଟି ବାକ୍ଟ୍ରିୟାଲ ପ୍ରପୋଟିଜ ଥାଏ ଯେଉଁଥିରେ ତ୍ୱଚାକୁ ପିମ୍ପଲ ଫ୍ରି କରିଥାଏ ଏବଂ ଚେହେରାର ଚମକ ମଧ୍ୟ ବଢାଇ ଥାଏ ।

Leave A Reply

Your email address will not be published.