Latest Odisha News

BREAKING NEWS

ଜାମୁକୋଳି ମଞ୍ଜୀରୁ ଦୁର ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା, ଜାଣନ୍ତୁ କିପରି….

ଜାମୁକୋଳି ପ୍ରାୟ ସମସ୍ତଙ୍କ ପ୍ରିୟ ଫଳ । ବର୍ଷା ଋତୁ ଆସିଲେ ରାସ୍ତା କଡ଼ରେ ଦେଖିବାକୁ ମିଳେ ଜାମୁକୋଳିର ପସରା ।  ଏହା ଏକ ଋତୁକାଳୀନ ଫଳ । ଏହି ଋତୁରେ ଜାମୁକୋଳି ପ୍ରଚୁର ପାରିମାଣର ଉପଲବ୍ଧ ଥାଏ । କିନ୍ତୁ ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଜାମୁକୋଳି ମଞ୍ଜି ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ । ଜାମୁକୋଳି ମଞ୍ଜିର ପାଉଡର ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ  । ଏହି ମଞ୍ଜିରେ ରହିଛି ଅନେକ ଔଷଧୀୟ ଗୁଣ । ଏହି ମଞ୍ଜିଗୁଡିକ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଯେ କେଉଁ ରୋଗଥିଲେ ଆପଣ ଜାମୁକୋଳି ମଞ୍ଜିର ପାଉଡରକୁ ବ୍ୟବହାର କରି ଏଥିରୁ ଆଶ୍ୱସ୍ତି ପାଇପାରିବେ ।

ଜାମୁକୋଳି ମଞ୍ଜିର ପାଉଡର ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ଅଟେ । ଏହା ଆପଣଙ୍କ ଥକ୍କାପଣ ଏବଂ ଚାପଗ୍ରସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଜାମୁକୋଳି ମଞ୍ଜିରେ ଡିକୋକ୍ସନ୍ ରହିଥାଏ ଯାହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ । ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ଦାନ୍ତ ଓ ମାଢିକୁ ସୁସ୍ଥ ରଖିବା ପାଇଁ , ଜାମୁକୋଳି ମଞ୍ଜି ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମର ଗୁଣ ମିଳିଥାଏ । ଯାହା ଦାନ୍ତକୁ ମଝବୁତ କରିବାରେ ସାହାଯ୍ୟ କରେ । ଅନେକ ମହିଳା ଓ ଯୁବତୀ ମାନଙ୍କ ମାସିକ ଧର୍ମ ସମୟରେ ପେଟ ଯନ୍ତ୍ରଣା ହୋଇଥାଏ । ଜାମୁକୋଳି ମଞ୍ଜିରେ ଜିଙ୍କର ଗୁଣ ମଧ୍ୟ ରହିଥାଏ । ଯାହା ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଏହି ସମୟରେ ଜାମୁକୋଳି ମଞ୍ଜିର ଗୁଣ୍ଡ ସେବନ କରିବା ଦ୍ୱାରା, ଏହା ପେଟ ଯନ୍ତ୍ରଣାରୁ ଆରାମ ପ୍ରଦାନ କରିବାରେ ସାହାଯ୍ୟ କରେ । ଜାମୁକୋଳି ମଞ୍ଜିରେ ମହଜୁଦ ଥିବା ଆଣ୍ଟିଅକ୍ସିଡାଣ୍ଟ ଯାହା ତ୍ୱଚା ପାଇଁ ବହୁତ ଭଲ । ତ୍ୱଚାକୁ ସୁସ୍ଥ ଓ ସୁନ୍ଦର କରିବାରେ ଏହା ସହାୟକ ହୋଇଥାଏ ।

ଜାମୁକୋଳି ମଞ୍ଜିର ପାଉଡର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହି ପାଉଡର ଖୁବ୍ ଲାଭଦାୟକ ଅଟେ । ଏକ ଗ୍ଲାସ୍ ପାଣିରେ ୧ ଚାମଚ ଜାମୁକୋଳି ମଞ୍ଜି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହା ଶରୀରରେ ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ପାଉଡରକୁ ପାଣିରେ ମିଶାଇ ପିଇବା ଦ୍ୱାରା ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଜାମୁକୋଳି ମଞ୍ଜି ଗୁଣ୍ଡରୁ ପ୍ରସ୍ତୁତ ପାଉଡର ଆପଣଙ୍କ ପେଟ ପାଇଁ ମଧ୍ୟ ଲାଭଦାୟକ ଅଟେ । କୋଷ୍ଠକାଠିନ୍ୟ, ବଦହଜମି ଏବଂ ଅମ୍ଳତା ସମସ୍ୟାରୁ ଏହା ଆପଣଙ୍କୁ ଆରାମ ଦେବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ପେଟକୁ ସଫା ରଖିଥାଏ ।

 

Leave A Reply

Your email address will not be published.