ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଫୋନରେ ‘ହେ ଗୁଗୁଲ୍ ‘ କହି ଗୁଗୁଲ୍ ଆସିଷ୍ଟାଣ୍ଟ ବ୍ୟବହାର କରୁଛନ୍ତି ଯଦି , ଆପଣଙ୍କ ପାଇଁ ଏକ ବଡ ଅପଡେଟ୍ ରହିଛି । କମ୍ପାନୀ ୨୦୧୬ରେ ଆଣିଥିବା ଗୁଗୁଲ୍ ଆସିଷ୍ଟାଣ୍ଟ ଏବେ ବନ୍ଦ ହେବାକୁ ଯାଉଛି। କମ୍ପାନୀ କହିଛି ଯେ ୨୦୨୫ ଶେଷ ସୁଦ୍ଧା ଆଣ୍ଡ୍ରଏଡ୍ ଫୋନରେ ଗୁଗୁଲ୍ ଆସିଷ୍ଟାଣ୍ଟର ସ୍ଥାନନେବ ଜେମିନି( Gemini) । କୋଟି କୋଟି ୟୁଜରଙ୍କୁ ଶୀଘ୍ର ହିଁ ଏହି ପରିବର୍ତ୍ତନ ପାଇଁ ଏକ ତାରିଖ ମିଳିବ ଏବଂ ଗୁଗୁଲ୍ ଆସିଷ୍ଟାଣ୍ଟ (Google Assistant)ବ୍ୟବହାର କରୁଥିଲେ ଆଗାମୀ ମାସରେ ଅପଗ୍ରେଡ ପାଇଁ ନୋଟିଫିକେସନ ଆସିବ ।
ଜେମିନି ଏକ AI ସହାୟକ ଏବଂ ଏହାକୁ ଉନ୍ନତ ଭାଷା ବୁଝାମଣା ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଡିଜାଇନ କରାଯାଇଛି। ଗୁଗୁଲ କହିଛି ଯେ ଲକ୍ଷ ଲକ୍ଷ ୟୁଜର ଗୁଗୁଲ ଆସିଷ୍ଟାଣ୍ଟରୁ ଜେମିନିକୁ ସ୍ବିଚ କରି ସାରିଛନ୍ତି ଏବଂ ଆଗାମୀ ମାସରେ ଆହୁରି ଅଧିକ ଲୋକଙ୍କୁ ଏହି ନୂଆ AI ଆସିଷ୍ଟାଣ୍ଟ ରେ ଅପଗ୍ରେଡ୍ କରି ଦିଆଯିବ । କମ୍ପାନୀ କହିଛି , ଚଳିତ ବର୍ଷ ଶେଷ ସୁଦ୍ଧା କ୍ଲାସିକ୍ ଗୁଗୁଲ୍ ଆସିଷ୍ଟାଣ୍ଟ ଅଧିକାଂଶ ମୋବାଇଲରୁ ଗାୟବ ହୋଇଯିବ ।
ଏବେ ପିକ୍ସେଲ(Pixel), ସାମସଙ୍ଗ(Samsung), ୱାନପ୍ଲସ (OnePlus)ଏବଂ ମୋଟରୋଲା (Motorola) ଭଳି ଲୋକପ୍ରିୟ ବ୍ରାଣ୍ଡର ନୂତନ ଡିଭାଇସ ରେ Geminiକୁ ଡିଫଲ୍ଟ ଆସିଷ୍ଟାଣ୍ଟ ଭାବରେ ସେଟ୍ କରାଯାଇ ସାରିଛି ।
ଗୁଗୁଲ୍ ର କହିବା ଅନୁସାରେ, ମୋବାଇଲ୍ ସହିତ ଟ୍ୟାବ୍, କାର୍, କନେକ୍ଟଡ ଡିଭାଇସ୍, ସ୍ପିକର ଏବଂ ଟିଭି ଭଳି ଘରୋଇ ଉପକରଣ ମଧ୍ୟ ଜେମିନି ସହିତ ଅପଗ୍ରେଡ୍ ହେବ।
Comments are closed.