Latest Odisha News

BREAKING NEWS

ରୋଜଗାର ମେଳା: ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୋଦି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବାଣ୍ଟିଲେ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

BjdElectrycity

ସୂଚନା ଅନୁସାରେ, ୨୨ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲେ । ଗତ ୯ମାସ ମଧ୍ୟରେ ଏହା କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳା । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୩୩ହଜାର ନିଯୁକ୍ତି ଦିଆଯାଇଛି । ଆଜି ଏହି ମେଳାରେ ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫରେନସିଂ ଜରିଆରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ନିଯୁକ୍ତି ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ଅର୍ଥ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଜଳ ସଂଶୋଧନ ବିଭାଗ ଓ ଗୃହ ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ସାମିଲ ହୋଇଛନ୍ତି ।

ରୋଜଗାର ମେଳା ରୋଜଗାର ସୃଜନଶୀଳକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଉପରେ ପଦକ୍ଷେପ ନିଆଯାଉଛି । ରୋଜଗାର ମେଳା ମାଧ୍ୟମରେ ଯୁବବର୍ଗଙ୍କୁ ସଶକ୍ତିକରଣ ଏବଂ ଦେଶ ବିକାଶର ଭାଗିଦାରୀ ପାଇଁ ସାର୍ଥକ ଅବସର କରିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.