Latest Odisha News

BREAKING NEWS

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୁଗୁଲ୍ ସିଇଓ ମଜାଳିଆ ଉତ୍ତର ଦେଇ ତାଙ୍କୁ ଯେଉଁ ଜବାବ ଦେଇଛନ୍ତି ତାହା ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଟୁଇଟ୍ କରି ପିଚାଇ ଲେଖିଛନ୍ତି, ‘ଦୀପାବଳୀର ଶୁଭେଚ୍ଛା। ଆଶା କରୁଛି ଏହି ଉତ୍ସବକୁ ପାଳନ କରୁଥିବା ସମସ୍ତ ବ୍ୟକ୍ତି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବିତାଇବେ। ଶେଷ ତିନି ଓଭର, ଖେଳ ଓ ପ୍ରଦର୍ଶନ କ’ଣ ଥିଲା, ତାହା ଦେଖି ମୁଁ ଆଜି ପୁଣି ଉତ୍ସବ ପାଳନ କଲି।’

ଶେଷ ତିନି ଓଭରରେ ଭାରତର ରନ୍ ଉପରେ ସୁନ୍ଦର ପିଚାଇ ଏଠାରେ ପରୋକ୍ଷରେ ଲେଖିଥିଲେ। ଯେଉଁଥିରେ ପାକିସ୍ତାନ ବିପକ୍ଷରେ କୋହଲିଙ୍କ ‘ବିରାଟ’ ଇନିଂସ ମ୍ୟାଚରେ ଶେଷ ବଲରେ ବିଜୟୀ କରାଇଥିଲା। ସୁନ୍ଦର ପିଚାଇଙ୍କ ଏହି ପୋଷ୍ଟକୁ ନେଇ ପାକିସ୍ତାନର ମହମ୍ମଦ ଶାହଜେବଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସେ କହିଛନ୍ତି, “ପ୍ରଥମ ତିନିଟି ବଲ୍ ଉପରେ ନଜର ରଖିବା ଉଚିତ।’
ମହମ୍ମଦ ଶାହଜାଇବଙ୍କ କମେଣ୍ଟର ଜବାବରେ ପିଚାଇ ଲେଖିଛନ୍ତି, ‘ଭୁବନେଶ୍ବର କୁମାର ଓ ଅର୍ଶଦୀପଙ୍କ ବୋଲିଂ କ’ଣ ଥିଲା।’

ଏହି ପାକିସ୍ତାନୀ ପ୍ରଶଂସକ ପାକିସ୍ତାନ ବୋଲିଂର ପ୍ରଥମ ତିନି ଓଭର ଉଲ୍ଲେଖ କରିବା କଥା କହୁଥିଲେ। ଏହି ତିନି ଓଭରରେ ଭାରତୀୟ ବ୍ୟାଟସମ୍ୟାନ ପାକିସ୍ତାନୀ ବୋଲରଙ୍କ ବିରୋଧରେ ସଙ୍ଘର୍ଷ କରୁଥିଲେ। ଆଉ ଗୋଟିଏ ପରେ ଗୋଟିଓ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଓ କେ. ଏଲ୍. ରାହୁଲ ଶସ୍ତାରେ ପାଭିଲିଅନକୁ ଫେରିଥିଲେ। କିନ୍ତୁ ସୁନ୍ଦର ପିଚାଇ ଏହାର କଡ଼ା ଜବାବ ଦେଇ ଭାରତୀୟ ପାଳିକୁ ମନେ ପକାଇ ଦେଇଥିଲେ, ଯେଉଁଠି ଅର୍ଶଦୀପ ଓ ଭୁବନେଶ୍ୱର କୁମାର ଚମତ୍କାର ବୋଲିଂ କରିଥିଲେ। ଅର୍ଶଦୀପ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଆଉଟ୍ କରିଥିଲେ।

Leave A Reply

Your email address will not be published.