Latest Odisha News

BREAKING NEWS

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା

ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ ରାକ୍ଷସ ଘୋର ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ବରଦାନ ପାଇଥିଲା । ବରଟି ଏପରି ଥିଲା ଯେ, ତା’ ରକ୍ତର ଗୋଟିଏ ବି ବୁନ୍ଦା ଭୂମି ଉପରେ ପଡ଼ିଲେ ତା’ ଭଳି ଅନେକ ରକ୍ତବୀର୍ଜ୍ୟ ସୃଷ୍ଟି ହେବେ । ରାକ୍ଷସ ଏହି ବରଦାନର ଖରାପ ବ୍ୟବହାର କରି ତିନି ଲୋକରେ ହାହାକାର ସୃଷ୍ଟି କରିଥିଲା । ନିର୍ଦ୍ଦୋଷ ଲୋକମାନଙ୍କୁ ହତ୍ୟା କରିବାକୁ ଲାଗିଲା । ଏହାପରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହେଲା । ଯୁଦ୍ଧ ସମୟରେ ବରଦାନ କାରଣରୁ ସେ ରାକ୍ଷସର ଗୋଟିଏ ବୁନ୍ଦା ରକ୍ତରୁ ତା’ଭଳି ଅନେକ ରାକ୍ଷସ ସୃଷ୍ଟ ହେବାକୁ ଲାଗିଲେ । ତେଣୁ ଦେବତାମାନେ ସେ ରାକ୍ଷସକୁ ସାମ୍ନା କରିପାରିଲେ ନାହିଁ । ସମସ୍ତ ଦେବତା ଚିନ୍ତିତ ହୋଇଗଲେ ।

ତା’ପରେ ଦେବଗଣ ନିରୁପାୟ ହୋଇ ମା’ଦୁର୍ଗାଙ୍କ ଶରଣକୁ ଗଲେ । ମା’ଦୁର୍ଗା ଦେବତାଙ୍କ ପ୍ରାର୍ଥନା ଶୁଣି ମହାକଳୀଙ୍କ ରୂପ ଧାରଣ କଲେ । ମା’ମହାକାଳୀ ବିକଟାଳ ରୂପ ଧାରଣ କରିବା ମାତ୍ରେ ରାକ୍ଷସମାନଙ୍କୁ ବଦ୍ଧ କରିବା ଆରମ୍ଭ କରିଦେଲେ । ମା’ ରକ୍ତବୀର୍ଜ୍ୟକୁ ବଦ୍ଧ କରିବା ପାଇଁ ଆକ୍ରମଣ କଲେ ହେଲେ ବରଦାନ କାରଣରୁ ରାକ୍ଷସର ରକ୍ତବିନ୍ଦୁରୁ ବହୁ ସଂଖ୍ୟକ ରାକ୍ଷସ ସୃଷ୍ଟି ହେଲେ । ସେହି ସମୟରେ ମା’ କାଳୀ ନିଜ ଜିଭ ବାହାର କଲେ ଓ ରାକ୍ଷସର ରକ୍ତ ମା’ଙ୍କ ଜିଭରେ ପଡ଼ିବାକୁ ଲାଗିଲା। ତା’ପରେ ରାକ୍ଷସଙ୍କ ଶବରେ ଧିରେ ଧିରେ ପାହାଡ଼ ସୃଷ୍ଟି ହେଲା । ସେମାନଙ୍କ ରକ୍ତ ମା’କାଳୀ ପିଇବାକୁ ଲାଗିଲେ । ରାକ୍ଷସର ଅନ୍ତ ପରେ ଯେତେବେଳେ ଯୁଦ୍ଧ ସମାପ୍ତ ହେଲା, ସେତେବେଳେ ଏକ ନୂଆ ସମସ୍ୟା ଉତ୍ପନ୍ନ ହୋଇଥିଲା ।

କ୍ରୋଧ ଏପରି ସୀମାରେ ପହଞ୍ଚିଥିଲା ଯେ ତାଙ୍କୁ ଶାନ୍ତ କରିବା ଅସମ୍ଭବ ହୋଇଗଲା । ସେହି ସମୟରେ ସମସ୍ତ ଦେବତା ତାଙ୍କ ପାଖକୁ ଯିବାକୁ ଭୟ କଲେ । ତେଣୁ ସମସ୍ତେ ଭଗବାନ ଶିବଙ୍କ ନିକଟକୁ ଗଲେ । ପ୍ରଭୁ ଶିବ ମା’ଙ୍କୁ ବହୁ ଉପାୟରେ ଶାନ୍ତ କରିବାକୁ ଚେଷ୍ଟା କଲେ ହେଲେ ସବୁଥିରେ ବିଫଳ ହେଲେ । ଶେଷରେ ଭଗବାନ ଶିବ ମହାକାଳୀଙ୍କ ମାର୍ଗରେ ଶୋଇଗଲେ । ଯେତେବେଳେ ମା’କାଳୀ ଶିବଙ୍କୁ ନିଜ ପାଦ ତଳେ ଦେଖିଲେ ସେତେବେଳେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା । ଏହପରି ଭାବେ ଭଗବାନ ଶିବ ମହାକାଳୀଙ୍କ ପାଦ ତଳକୁ ଆସିଥିଲେ ।

 

Leave A Reply

Your email address will not be published.