Latest Odisha News

BREAKING NEWS

ଖୁବ ଶୀଘ୍ର ବନ୍ଦ ହୋଇଯିବ ଗୁଗୁଲର ଏହି ସେବା

ନୂଆଦିଲ୍ଲୀ: ଗୁଗୁଲ ଗତ ସପ୍ତାହରେ ଘୋଷଣା କରିଥିଲା ଯେ, କମ୍ପାନୀ ତାର କ୍ଲାଉଡ ବେସ୍‌ଡ ଗେମ ଷ୍ଟ୍ରିମିଂ ସର୍ବିସ ଗୁଗୁଲ ଷ୍ଟେଡ଼ିଆକୁ ବନ୍ଦ କରିବାକୁ ଯାଉଛି । ଗୁଗୁଲ ସେତେବେଳେ ସ୍ପଷ୍ଟ କରି ଦେଇଥିଲା ଯେ, ଜାନୁଆରୀ ୧୮ , ୨୦୨୩ ରେ ଷ୍ଟେଡିଆର ସର୍ଭର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ । ନୂଆ ୟୁଜର୍ସ ଏହି ସେବା କିଣିପାରିବେ ନାହିଁ । ଯେଉଁମାନେ ଏହି ସେବା କିଣିଥିଲେ ସେମାନଙ୍କୁ ମଧ୍ୟ ଗୁଗୁଲ ଧନ୍ୟବାଦ ଜଣାଇଛି ।

ଅନଲାଇନ ଗେମିଂ ଦୁନିଆରେ ଷ୍ଟେଡିଆ ବେଶି ପୁରୁଣା ନୁହେଁ । ୨୦୧୯ ରେ ଗୁଗୁଲ ତାର ଏହି ସେବା ଆରମ୍ଭ କରିଥିଲା । ଏହା ପୂର୍ବରୁ ୨୦୧୮ରେ ଏହି ସେବାର ବିଟା ଭର୍ସନ ଆରମ୍ଭ କରିଥିଲା । କେବଳ ତିନି ବର୍ଷରେ ଗୁଗୁଲ ତାର ଏହି ସେବା ବନ୍ଦ କରି ଦେଇଛି । ତେବେ କାରଣ ବି ସ୍ପଷ୍ଟ ଏହି ସମୟରେ କମ୍ପାନୀର ଅନଲାଇନ ଗେମିଂର ଆନନ୍ଦ ନେଉଥିବା ଲୋକଙ୍କର ଜରୁରୀ ସମର୍ଥନ ମିଳି ନ ଥିଲା । କମ୍ପାନୀର ଏହି ସେବା ୟୁଜର୍ସଙ୍କ ପାଖରେ ସେତେଟା ଆଦୃତ ହୋଇ ପାରି ନ ଥିଲା । ସେଥିପାଇଁ ଜାନୁଆରୀ ୨୦୨୩ରେ ଏହି ସେବା ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଇଛି ।

ଗୁଗୁଲ ତରଫରୁ ଏକଥା ପରିଷ୍କାର କରି ଦେଇଛି ଯେ, ଗୁଗୁଲ ଷ୍ଟେଡିଆକୁ କିଣିଥିବା ଲୋକଙ୍କୁ ରିଫଣ୍ଡ ଦେବ । ଏହି ରିଫଣ୍ଡ ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ରିଫଣ୍ଡ ଗେମ ଖରିଦ ଉପରେ ଦିଆଯିବ । ତେବେ ଯେଉଁମାନେ ଗୁଗୁଳ ଷ୍ଟେଡିଆ ପ୍ରୋ ସବସ୍କ୍ରିପସନ ଖରିଦ କରିଛନ୍ତି ସେମାନଙ୍କୁ ଏହି ରିଫଣ୍ଡ ମିଳିବ ନାହିଁ । କମ୍ପାନୀ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ସେପ୍ଟେମ୍ବର ୨୯ ପୂର୍ବରୁ ଏହି ସେବା ନେଉଥିବା ଲୋକଙ୍କୁ ରିଫଣ୍ଡ ଦିଆଯାଇ ପାରିବ ନାହିଁ । କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି, ଯଦି କୌଣସି ହାଡଓୟାର ବି କେହି କିଣିଛନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ ଦିଆଯିବ । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଯଦି କେହି ଷ୍ଟେଡିଆ କଣ୍ଟ୍ରୋଲର କିଣିଛନ୍ତି ସମସ୍ତେ ଟଙ୍କା ଫେରସ୍ତ ପାଇବେ । ୨୦୨୩ ଜାନୁଆରୀ ୧୮ ତାରିଖରୁ ଏହି ରିଫଣ୍ଡ ପ୍ରୋସେସ କମ୍ପାନୀ ଆରମ୍ଭ କରିବ ।

Leave A Reply

Your email address will not be published.