Latest Odisha News

BREAKING NEWS

ହକି ପ୍ରତି ଓଡ଼ିଶାର ଅବଦାନକୁ ନେଇ ନୂଆ ଗୀତ ‘ଏକ ନୟୀ କହାନୀ ଲିଖି ହୈ ଓଡ଼ିଶା’

ଭୁବନେଶ୍ୱର: ଖେଳ ବିଶେଷକରି ହକି ପ୍ରତି ଓଡ଼ିଶାର ଅବଦାନ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ୩ ଦିନ ପରେ ଭୁବନେଶ୍ୱର ସହ ରାଉରକେଲାରେ ଆରମ୍ଭର ହକି ବିଶ୍ୱକପ୍ । ଏ ସମୟରେ ଦ ପ୍ରିମିୟର୍ ମିଡିଆ ଓ ଇଷ୍ଟର୍ଣ୍ଣ ବେ ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଛି ନୂଆ ହିନ୍ଦୀ ଗୀତ ‘ଏକ ନୟୀ କହାନୀ ଲିଖି ହୈ ଓଡ଼ିଶା’ । ଗୀତଟି ଲେଖିବା ସହ ସଙ୍ଗୀତ ନିର୍ଦ୍ଦେଶନା ସନ୍ତୋଷ ପଣ୍ଡା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ।

ଆଜି ଏହି ହିନ୍ଦୀ ଗୀତ ‘ଏକ ନୟୀ କହାନୀ ଲିଖି ହୈ ଓଡ଼ିଶା’ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ଖଦି ଓ ଗ୍ରାମୋଦ୍ୟୋଗର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରମାକାନ୍ତ ମିଶ୍ର, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

ଗୀତଟି ରେନୱୋ ୟୁଟ୍ୟୁବ୍ ଚ୍ୟାନେଲରେ ଶୀଘ୍ର ଉପଲବ୍ଧ ହେବ । ଗୀତରେ ନୃତ୍ୟ କରି ବ୍ୟକ୍ତିଗତ ଅବା ଦଳଗତ ଭାବେ ପଠାଇଲେ ଶ୍ରେଷ୍ଠ ୩ ଜଣଙ୍କୁ ପୁରସ୍କୃତ କରାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ‘ଏକ ନୟୀ କହାନୀ ଲିଖି ହୈ ଓଡ଼ିଶା’ ଗୀତ ଖେଳ ପ୍ରତି ଓଡ଼ିଶାର ଅବଦାନକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.