Latest Odisha News

BREAKING NEWS

ଗୋରଖନାଥ ମନ୍ଦିରରେ ପୋଲିସକୁ ଆକ୍ରମଣ; ଅଭିଯୁକ୍ତକୁ ଧରିଥିବା କନେଷ୍ଟବଳଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର

ଆତଙ୍କବାଦ କାର୍ଯ୍ୟକଳାପର ସଂପୃକ୍ତି ଥାଇପାରେ: ଏଡିଜି ପ୍ରଶାନ୍ତ କୁମାର

ଗୋରଖପୁର: ରବିବାର ଗୋରଖନାଥ ମନ୍ଦିରରେ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବା ମୁସଲମାନ ଯୁବକକୁ ଧରିଥିବା ତିନି ଜଣ ପୋଲିସ କନେଷ୍ଟବଳଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏହି ଘୋଷଣା କରିଛନ୍ତି ।

ରବିବାର ଜଣେ ମୁସଲମାନ ଯୁବକ ‘ଆଲ୍ଲାହୁ ଆକବର’ ଚିକ୍ରାର କରି ଗୋରଖନାଥ ମନ୍ଦିରକୁ ପଶିବାକୁ ଚେଷ୍ଟା କରିଥିଲା । ହାତରେ ମାରଣାସ୍ତ୍ର ଥିବାରୁ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।
ଯୁବକ ଜଣକ ପୋଲିସ ଉପରକୁ ଆକ୍ରମଣ କରିଥିଲେ । କିଛି ସମୟ ଛକାପଞ୍ଝା ପରେ ପୋଲିସ ଉକ୍ତ ଯୁବକକୁ କାବୁ କରିନେଇଥିଲା । ଏଥରେ ଉକ୍ତ ଯୁବକ ଓ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଆଜି ଏହି ମାମଲାକୁ ଆଣ୍ଟି ଟେରରିଜିମ ସ୍କ୍ୱାଡକୁ (ଏଟିଏସ) ହସ୍ତାନ୍ତର କରିଛି ୟୁପି ପୋଲିସ । ଆଇନ ଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଏହି ଘଟଣାରେ କିଛି ଆତଙ୍କବାଦୀ କାର୍ଯ୍ୟକଳାପର ସଂପୃକ୍ତି ଥାଇପାରେ । ୟୁପି ଏଟିଏସ ଓ ଏସଟିଏଫ ଏହି ଘଟଣାରେ ଅଧିକ ତଦନ୍ତ କରିବେ ।

ଅଭିଯୁକ୍ତ ଜଣକ ହେଉଛି, ଆଇଆଇଟି ମୁମ୍ବାଇରେ କେମିକାଲ ଇଂଜିନିୟରିଙ୍ଗ ପଢ଼ୁଥିବା ଛାତ୍ର ମୁର୍ତଜା । ରବିବାର ସଂଧ୍ୟାରେ ଧର୍ମୀୟ ସ୍ଲୋଗାନ ଦେଇ, ହାତରେ ମାରଣାସ୍ତ୍ର ଧରି ମୁର୍ତଜା ମନ୍ଦିର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ।
‘ଏହି ଘଟଣାରେ ପରିସ୍ଥିତି ଅଣାୟତ ହୋଇପାରିଥାନ୍ତା । ଏବେ ଏହି ଘଟଣାକୁ ଏଟିଏସ୍ ଓ ଏସଟିଏଫ ତଦନ୍ତ କରିବେ’ ବୋଲି କହିଛନ୍ତି ଏଡିଜି ପ୍ରଶାନ୍ତ କୁମାର । ମୁଖ୍ୟମନ୍ତ୍ରୀ କନେଷ୍ଟବଳଙ୍କୁ ଆର୍ଥିକ ପୁରସ୍କାର ଦେବା ସୂଚନା ମଧ୍ୟ ପ୍ରଶାନ୍ତ ଦେଇଛନ୍ତି ।

Leave A Reply

Your email address will not be published.