Latest Odisha News

BREAKING NEWS

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଦୀର୍ଘ ଦିନର ସମସ୍ୟା । ଯଦି ସରକାର ଶ୍ରଦ୍ଧାଳୁଙ୍କ ସମସ୍ୟା ଜାଣିବା ପରେ ସମାଧାନ ଦିଗରେ କାମ କରୁଛନ୍ତି ତାହେଲେ ଅସୁବିଧା କେଉଁଠି ରହିଲା । ସେ ଏହାର ଉଦାହରଣ ଦେବାକୁ ଯାଇ କହିଛନ୍ତି ଯଦି ଦୁଇଟି ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଇ ବଦ୍ରିନାଥ ଓ କାଶିର ବିକାଶ କଥା କହିଛନ୍ତି । ହେଲେ ଭୁବନେଶ୍ୱର ଲିଙ୍ଗରାଜ ଓ ପୁରୀ ଶ୍ରୀମନ୍ଦିର ବେଳକୁ ବିରୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ତେବେ ପ୍ରଥମ ଥର ରାଜନୀତୈକି ପ୍ରସଙ୍ଗରେ ମତ ରଖିଥିବା କେନ୍ଦ୍ରାପଡା ସାଂସଦଙ୍କ ପତ୍ନୀ କହିଛନ୍ତି ସମସ୍ତେ ଅପରାଜାତିଙ୍କୁ ବିଜ୍ଞ ଭାବୁଥିଲେ କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆପଣ ନିରାଶ କରିଛନ୍ତି ବୋଲି ଟୁଇଟରେ ଲେଖିଛନ୍ତି ବର୍ଷା ପ୍ରିୟଦର୍ଶନୀ ।

ତେବେ ନିକଟରେ ପୌର ଏବଂ ପଂଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ପାଇଁ ପ୍ରଚାର କରିଥିବା ଏହି ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀମନ୍ଦିରର ମୂଳ ପ୍ରସଙ୍ଗରେ କିନ୍ତୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଯାହାକୁ ନେଇ ମୂଳ ବିବାଦ । ମନ୍ଦିର ଚାରିପାଖରେ ଶୌଚାଳୟ, ଜୋତା ଷ୍ଟାଣ୍ଡ, ବିଶ୍ରାମ ଘର ଆଦିକୁ ଅନୁମତି ଥିବା ବେଳେ ଏପରି ନିର୍ମାଣକୁ ନେଇ ସାଂସଦ ଅପରାଜିତା ମଧ୍ୟ ଖୋଲାଖୋଲି ସମର୍ଥନ କରି ସାରିଛନ୍ତି । ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମକୁ ବିରୋଧ କରୁନାହାନ୍ତି ବୋଲି ସେ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ।

କିନ୍ତୁ ବିରୋଧୀ ନେତା ତଥା ସାଂସଦ ଅପରାଜିତାଙ୍କ ଅଭିଯୋଗ ଥିଲା ଯେଉଁଠି ଖନନ ପାଇଁ ଅନୁମତି ନାହିଁ ସେଠି ଖନନ କେଉଁ ଆଧାରରେ ହେଲା, ଏଥିପାଇଁ କିଏ ଅନୁମତି ଦେଇଛନ୍ତି?

 ଆହୁରି ପଢ଼ନ୍ତୁ: ଐତିହ୍ୟ କରିଡରରେ ପ୍ରକଳ୍ପ ନିର୍ମାଣକୁ ଏଏସଆଇର ବିରୋଧ, ଚିଠି ଦେଖାଇ ଘେରିଲେ ଅପରାଜିତା

 

Leave A Reply

Your email address will not be published.