Latest Odisha News

BREAKING NEWS

ବିସିସିଆଇ ମହିଳା ସିନିୟର ଟି୨୦: ମଧୁସ୍ମିତାଙ୍କ ନେତୃତ୍ୱରେ ଓଡିଶା ଟିମ ଘୋଷିତ

ଭୁବନେଶ୍ୱର: ବିସିସିଆଇ ସିନିୟର ମହିଳା ଟି୨୦ କ୍ରିକେଟ ତ୍ରିଭେନ୍ଦ୍ରମରେ ଏପ୍ରିଲ ୧୮ରୁ ମେ ୪ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଂଟ ପାଇଁ ଆଜି ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଏପ୍ରିଲ ୧୮ରେ ଓଡିଶା ପ୍ରଥମ ମୁକାବିଲାରେ ଛତିଶଗଡକୁ ଭେଟିବ । ଏହା ପରେ ୧୯ରେ ବିହାରକୁ, ୨୧କୁ ତ୍ରିପୁରାକୁ, ୨୨ରେ ଝାଡଖଣ୍ଡକୁ ଓ ୨୪ରେ ତାମିଲନାଡୁକୁ ଭେଟିବ । ସୁରେଶ କୁମାରଙ୍କୁ ଦଳର ମୂଖ୍ୟ କୋଚ ନିଯୁକ୍ତ କରାଯାଇଛି ।

ଓଡିଶା ଟିମ: ମଧୁସ୍ମିତା ବେହେରା (ଅଧିନାୟିକା), କଜେଲ ଜେନା, ସରିତା ମେହର, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରଜ୍ଞାନ ପି ମହାନ୍ତି, ତନ୍ମୟୀ ବେହେରା, ଶୁଭ୍ର ନିର୍ଝରିଣି ସ୍ୱାଇଁ, ମାଧୁରୀ ମହେଟ୍ଟା, ପୁନମ ନାୟକ, ମୋନାଲିଷା ରାଉତ, ରାମେଶ୍ୱରୀ ନାଏକ, ସୁଜାତା ମଲିକ, ତରନ୍ନା ପ୍ରଧାନ, ବନଲତା ମଲ୍ଲିକ, ପ୍ରିୟଙ୍କା ସାହୁ, ରୋଶନାରା ପରୱିନ, ଲକ୍ଷ୍ମୀପ୍ରୀୟା ନାୟକ, ସୁନୀତା ମୂର୍ମୁ, ସରୋଜିନୀ ଗିରି, ଶିଲ୍ଲା ସ୍ୱାଇଁ ।

Leave A Reply

Your email address will not be published.