Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅନିୟମିତତା ଧରିଲେ ବୋଲି ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି !

ଯାଜପୁର: ସରକାର ସ୍ୱଚ୍ଛତା କଥା କହୁଛନ୍ତି । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ପାଇଁ 5T ଲାଗୁ ହୋଇଛି । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଅନିୟମିତତାକୁ ଧରିବା ପରେ ଉପାନ୍ତକୁ ବଦଳି ହୋଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ଅସନ୍ତୋଷ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ଅଚାନକ କଳାହାଣ୍ଡି ଜିଲ୍ଲାକୁ ବଦଳିକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କଳାହାଣ୍ଡିକୁ ବଦଳି କରାଯାଇଥିବା କହିଛନ୍ତି ପୂର୍ବତନ ସିଡିଏମଓ ଡାକ୍ତର ବିରଞ୍ଚି ନାରାୟଣ ବାରିକ । ଜିଲ୍ଲାର ବିଭିନ୍ନ ହାଉସ୍ କିପିଂ ଟେଣ୍ଡରରେ ଅନିୟମିତତା ଜଣା ପଡ଼ିବା ପରେ ଡାକ୍ତର ବାରିକ ଟେଣ୍ଡର ବାତିଲ୍ କରି ଦେଇଥିଲେ । ଏଥିପାଇଁ ତାଙ୍କୁ କଳାହାଣ୍ଡି ବଦଳି କରାଯାଇଥିବା ସନ୍ଦେହ କରାଯାଉଛି ।

ଡାକ୍ତର ବାରିକଙ୍କ ଚାକିରି ଆଉ ୨ ବର୍ଷ ଥିବାବେଳେ କଳାହାଣ୍ଡି ବଦଳି ହୋଇଥିବାରୁ ସେ ସ୍ୱେଚ୍ଛାକୃତ ଅବସର ନେବେ ବୋଲି କହିଛନ୍ତି । ଏପରିକି ନିଜ ଜିଲ୍ଲାରେ ତାଙ୍କୁ ହଇରାଣ କରାଯାଉଥିବାରୁ ଯିଏ ଆସିବେ ଜଗି ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ବାରିକ । ଅଚାନକ ସିଡିଏମଓଙ୍କ ବଦଳିକୁ ଅନ୍ୟ ଡାକ୍ତର ଓ କର୍ମଚାରୀ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ।

ବଦଳି ବିବାଦ ଭିତରେ ଡାକ୍ତର ବାରିକ ଭିଆରଏସ୍ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କଣ ନିଷ୍ପତ୍ତି ନେଉଛି ଦେଖିବାର କଥା ।

Leave A Reply

Your email address will not be published.