Latest Odisha News

BREAKING NEWS

୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ କରୋନା ଟିକା ? ପ୍ରସ୍ତୁତି ଆରମ୍ଭ କଲେଣି ସରକାର

ନୂଆଦିଲ୍ଲୀ: କରୋନା ମାହମାରୀକୁ ମାତ ଦେବା ପାଇଁ ସାରା ବିଶ୍ୱ ସଂଗ୍ରାମ ଜାରି ରଖିଛି । ଟିକା ବିକଶିତ ଦିଗରେ ବୈଜ୍ଞାନିକମାନେ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚଳାଇଛନ୍ତି । କିଛି ଟିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ୩ଟି ଭିତରୁ ଆସନ୍ତାବର୍ଷ ମାର୍ଚ୍ଚରେ ଅତି କମରେ ଦୁଇଟି ଟିକା ଆସିବା ନେଇ ଆଶା କରାଯାଉଛି ।

Vaccine Developed in Indiaଭ୍ୟାକସିନ୍ ପାଇଁ ପ୍ରସ୍ତୁତି
ମାର୍ଚ୍ଚ ପୂର୍ବରୁ ଟିକା ବିତରଣ ନେଇ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଟିକା ବିକଶିତ କରୁଥିବା ଶୀର୍ଷ କମ୍ପାନୀ ସହ ବୈଠକ ହୋଇଥିଲା । ସେଠାରେ ଭ୍ୟାକସିନ୍ ଆସିବାର ସମୟ, ସ୍ୱୀକୃତିପ୍ରାପ୍ତ ସଂସ୍ଥାର ମଞ୍ଜୁରୀ, ଟିକା କେମିତି ଉପଲବ୍ଧ ହେବ ଓ ବିତରଣ ଆଦି ଦିଗରେ ଆଲୋଚନା ହୋଇଥିଲା ।
ଟିକା ନିର୍ମାତା କମ୍ପାନୀଙ୍କୁ ମଗାଗଲା ଅଗ୍ରଗତି ରିପୋର୍ଟ
ବୈଠକରେ ଭାରତରେ ଟିକା ବିକଶିତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଓ ଜାଇଡସ୍ କାଡିଲର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଭ୍ୟାକସିନ୍ ନିର୍ମାତା ଏସବୁ କମ୍ପାନୀକୁ ସରକାର ଅଗ୍ରଗତି ରିପୋର୍ଟ ବି ମାଗିଛନ୍ତି ।
ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା
ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧ କହିଥିଲେ, ୨୦୨୧ ଜୁଲାଇ ସୁଦ୍ଧା ୨୦-୨୫ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେତେବେଳେ ସରକାରଙ୍କୁ ୪୦ରୁ ୫୦୦ ଡୋଜ୍ ଭ୍ୟାକସିନ୍ ମିଳିଯିବ । କରୋନା ସଂଟକ ଭିତରେ ଏଭଳି ଖବର ଦେଶବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।

Leave A Reply

Your email address will not be published.