Latest Odisha News

BREAKING NEWS

+୨ ପରୀକ୍ଷା ସଂସ୍କାର: ଲାଗୁ ନହୋଇପାରେ ନୂଆ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ ଲାଗୁ ନହୋଇପାରେ ଯୁକ୍ତ ୨ ପରୀକ୍ଷାରେ ସଂସ୍କାର । ପ୍ରଥମ ବର୍ଷ କାଉଂସିଲ ପରୀକ୍ଷା କରିବାକୁ ଗଣଶିକ୍ଷା ବିଗାଭ ନିଷ୍ପତି ନେଇଥିବା ବେଳେ ଚାରିଆଡେ ଏହାକୁ ନେଇ ପ୍ରତିବାଦ ଦେଖାଦେଇଥିଲା । ଫଳରେ ସରକାର ଏହି ନିଷ୍ପତିର ପୁନର୍ବିଚାର କରିବେ ବୋଲି କହିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି, ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଏବେ ପ୍ରସ୍ତୁତ ହୋଇନାହାନ୍ତି ।

ଏଣୁ ପ୍ରଥମ ବର୍ଷ ପରୀକ୍ଷା ନେଇ ସରକାର ପୁନର୍ବିଚାର କରିବେ । +୨ ପ୍ରଥମ ବର୍ଷ ପାସ୍ ପାଇଁ ୩୩ ପ୍ରତିଶତ ମାର୍କ ରଖିବାକୁ ନିଷ୍ପତି ହୋଇଥିଲା ।
ସରକାରଙ୍କ ଯୁକ୍ତ ୨ ପ୍ରଥମ ବର୍ଷ ପାସ୍ ନିଷ୍ପତିକୁ ବିରୋଧ କରି ଆଜି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।

ଭୁବନେଶ୍ୱର ରାମଦେବୀ ବିଶ୍ୱବିଦ୍ୟାର୍ଳ ସମେତ ଚନ୍ଦ୍ରଶେଖରପୁର ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ । କଲେଜ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । ଏଥିସହ ରାସ୍ତାରେ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ ।

ଫେବୃଆରୀ ମାସରେ ପରୀକ୍ଷା ହେବାକୁ ଥିବା ବେଳେ ହଠାତ୍ ଜାନୁଆରୀରେ ଏଭଳି ଘୋଷଣା କରିବା ଠିକ୍ ନୁହେଁ । ଏପର୍ଯ୍ୟନ୍ତ ପାଠପଢ଼ା ସରିନି । ଯଦି ଏହି ନିଷ୍ପତି ଲାଗୁ ହେବ ତେବେ ସରକାର ଏପ୍ରିଲ ମାସରେ +୨ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ ବୋଲି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରୀମାନେ କହିଥିଲେ ।

ଯୁକ୍ତ ୨ ପ୍ରଥମ ବର୍ଷ କାଉଂସିଲ ନିୟମ କୋହଳ ନକଲେ ସାରା ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.