Latest Odisha News

ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ବର: ସମ୍ବଲପୁର ବୁର୍ଲା ଭିସୁଟ୍ କୁଳପତିଙ୍କ ଉପରେ ଲାଗିଲା ଅଙ୍କୁଶ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁର୍ଲା ଭିସୁଟ୍ କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିଛନ୍ତି । ବିଶ୍ବବିଦ୍ୟାଳୟର କୌଣସି ଆର୍ଥିକ କାରବାର ନିଷ୍ପତ୍ତି ନେଇପାରିବେନି କୁଳପତି । କୁଳାଧିପତିଙ୍କ ଅନୁମୋଦନ ବିନା ନିଷ୍ପତ୍ତି ନେଇପାରିବେନି । ମ୍ୟାନେଜମେଣ୍ଟ ବୋର୍ଡ ମିଟିଂ ସପ୍ତାହ ଭିତରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅଧ୍ୟାପକଙ୍କ ପ୍ରତି ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବାକୁ କୁହାଯାଇଛି । ଚୂଡ଼ାନ୍ତ ନିଷ୍ପତ୍ତି ନିର୍ଦ୍ଦିଷ୍ଟ ସମୟ ସୀମାରେ ନେବାକୁ ନିର୍ଦ୍ଦେଶ ହୋଇଛି । ଏହାସହ କୌଣସି ପ୍ରାଶାସନିକ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ କୌଣସି ନିଷ୍ପତ୍ତି ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକାଳ ସରିବା ଯାଏଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେବାକୁ କୁହାଯାଇଛି । ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.