Latest Odisha News

BREAKING NEWS

ପିଏଫ୍‌ ଖାତାଧାରୀଙ୍କୁ ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର। ୨୦୧୮-୧୯ ବର୍ଷ ପାଇଁ ଭବିଷ୍ୟନିଧି ଜମାକାରୀଙ୍କୁ ୮.୬୫ ପ୍ରତିଶତ ଦରରେ ସୁଧ ମିଳିବ। ଏ ନେଇ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି।

ଇପିଏଫ୍‌ଓ ପାଇଁ ନିଷ୍ପତ୍ତି ନେଉଥିବା ବୋର୍ଡ ଚଳିତବର୍ଷ ଫେବୃଆରୀ ମାସରେ ୮.୬୫ ପ୍ରତିଶତ ସୁଧହାର ବଢ଼ାଇବା ନେଇ ଅନୁମତିି ପ୍ରଦାନ କରିଥିଲା । ପରେ ଏହି ପ୍ରସ୍ତାବକୁ ବିତ୍ତ ମନ୍ତ୍ରଣାଳୟର ମଞ୍ଜୁରୀ ପାଇଁ ପଠାଯାଇଥିଲା।

ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଦୁର୍ଗା ପୂଜା ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଏକ ଭେଟି ଅଟେ । ଛଅ କୋଟିରୁ ଅଧିକ ଇପିଏଫ୍‌ଓ ଉପଭୋକ୍ତା ଏହା ଦ୍ୱାରା ଲାଭବାନ୍‌ ହେବେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଇପିଏଫ୍‌ଓ ଖାତାରେ ଉପଭୋକ୍ତାଙ୍କୁ ୮.୫୫ ପ୍ରତିଶତ ସୁଧ ମିଳୁଛି।

Leave A Reply

Your email address will not be published.