ନୂଆଦିଲ୍ଲୀ:ବଢୁଛି ଫୋନ ହ୍ୟାକିଂ ବିବାଦ । କଂଗ୍ରେସ ନେତା ରାହଲ ଗାନ୍ଧୀଙ୍କ ସମେତ ଅନେକ ନେତା ସେମାନଙ୍କ ଆଇଫୋନ ହ୍ୟାକ ହେଉଛି ବୋଲି ସୂଚନା ଫଠାଇଛି । ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ସେପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛି ଆଇଫୋନ । ଆପଲ ପକ୍ଷରୁ କୁହାଯାଇଛି, , ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ତେବେ ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ ।
ଏପରି ବିବାଦ ମଧ୍ୟରେ କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ଏହି ପ୍ରସଙ୍ଗକୁ ନେଇ ଚିନ୍ତିତ ଏବଂ ଏହାକୁ ଗଭୀରତାର ସହ ଦେଖୁଛନ୍ତି । ଏହାର ଯାଞ୍ଚ ମଧ୍ୟ କରାଯିବ । ଦେଶରେ କିଛି ବାଧ୍ୟକାରୀ ଆଲୋନ ଅଛନ୍ତି । ସେମାନେ ଦେଶର ବିକାଶ ଦେଖନ୍ତି ନାହିଁ । କାରଣ ସେମାନଙ୍କ ପରିବାର ଯେତେବେଳେ କ୍ଷମତାରେ ଥିଲା ସେତେବେଳେ ସେମାନେ ନିଜ କଥା ଭାବୁଥିଲେ । ଆପଲ ଦ୍ୱାରା ହ୍ୟାକିଂ ଚେତାବନୀ କେବଳ ଭାରତର ନେତାମାନଙ୍କ ପାଖକୁ ନୁହେଁ, ୧୫୦ ଦେଶର ଭିନ୍ନଭିନ୍ନ ଲୋକଙ୍କ ପାଖକୁ ଯାଇଛି ।
ସେପଟେ ଆପଲ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରିଛନ୍ତି । ମଙ୍ଗଳବାର ଏକ ବୟାନ ଜାରି କରି ଆପଲ କହିଛି ଏପରି ହ୍ୟାକିଂ ଆଲର୍ଟ ପାଇଁ ସେ କୌଣସି ଦେଶକୁ ଦାୟୀ କରିନାହିଁ । ଆପଲ ପକ୍ଷରୁ କୁହାଯାଇଛି, ଆମେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ପ୍ରାୟୋଜିତ ହ୍ୟାକଙ୍କର ବିଷୟରେ କହି ପାରିବୁ ନାହିଁ । ବେଳେବେଳେ ଆପଲର କିଛି ସୂଚନା ଭୁଲ ଚେତାବନୀ ହୋଇପାରେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ତିନି ଜଣ ଲୋକଙ୍କ ପାଖକୁ ଏପରି ସୂଚନା ଯାଇଛି । ସରକାରୀ ସୂତ୍ରରେ ଏ ବିଷୟରେ ଅବଗତ ବୋଲି କୁହାଯାଇଛି । ତେବେ କମ୍ପାନୀ ପକ୍ଷରୁ ଏପରି କୌଣସି ନୋଟିଫିକୋନ ଯାଇ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।
ସୂଚନାଥାଉ କି, ଆପଲ ପକ୍ଷରୁ ଏକ ଆଲର୍ଟ ମେସେଜ ‘ଷ୍ଟେଟ ସ୍ପୋନ୍ସର୍ଡ ଆଟାକର୍ସ ତୁମ ଫୋନକୁ ହ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି ‘ ବୋଲି ଅନେକ ନେତାଙ୍କ ଆଇଫୋନକୁ ଯାଇଥିଲା ।
BREAKING NEWS
- Iran-US Talk: ଆମେରିକା ସହ ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଟ୍ରମ୍ପ ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ!
- ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?
- Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ
- Shree Gundicha Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର;ଦର୍ଶନ ପାଇଁ ଟିକେଟ ମୂଲ୍ୟ…
- ପାକିସ୍ତାନୀ ସେନା ପାଇଁ ବଢ଼ିଲା ଚିନ୍ତା : ବିଏଲ୍ଏ କବଜାରେ ପାକର ଏହି ଅଞ୍ଚଳ
- ୧୦୦ ବର୍ଷ ପରେ ମିଳିଲା ନୂଆ ବିଲେଇ ପ୍ରଜାତିର ସନ୍ଧାନ
- ଏସୀୟ କ୍ରୀଡ଼ା ୨୦୨୬: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଜର୍ସି, ରହିବା ସମସ୍ୟାର ସମାଧାନ
- ୱେଷ୍ଟଇଣ୍ଡିଜ୍ ସିରିଜ୍: ୱାଶିଂଟନ୍ ସୁନ୍ଦରଙ୍କୁ ନେଇ ଲକ୍ଷ୍ମଣ, ଗମ୍ଭୀର ଓ ଗିଲ୍ଙ୍କ ମଧ୍ୟରେ ମତଭେଦ
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ

Comments are closed.