Latest Odisha News

BREAKING NEWS

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର ସବୁଜ ରଙ୍ଗର ମଞ୍ଜି ବ୍ୟବହାର କରାଯାଏ । ପ୍ରଥମେ ମଞ୍ଜିକୁ ଅଲଗା କରାଯାଇ ଶୁଖାଯାଇଥାଏ । ପରେ ଏହାକୁ ପେଷି ଗୁଣ୍ଡ କରାଯାଏ । ଗ୍ରୀନ କଫିରେ ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି । ଏହାକୁ ସେବନ ଦ୍ୱାରା ମୋଟାପଣ ହ୍ରାସ ହେବା ସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ରଖିଥାଏ । ଏହାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ । ଜାଣନ୍ତୁ ଗ୍ରୀନ କଫି ପିଇବା ଦ୍ୱାରା କଣ ଲାଭ ମିଳିଥାଏ…

ଗ୍ରୀନ କଫି ଏନର୍ଜୀ ଡ୍ରିଙ୍କ୍‍ ଭଳି କାମ କରିଥାଏ । ଏଥିରେ ଭିଟାମିନ ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି । ଏହାକୁ ସେବନ କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା କ୍ୟାଲସିୟମ ହାଡକୁ ମଜଭୂତ କରିବାରେ ମଧ୍ୟ ସହାୟକ ହୋଇଥାଏ । ଗ୍ରୀନ କଫି ପିଇବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ।
ଦୈନନ୍ଦିନ ଜୀବନରେ ବାହାର ଖାଦ୍ୟର ଅଧିକ ସେବନ, ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ମୋଟାପଣର କାରଣ ପାଲଟିଥାଏ । ଗ୍ରୀନ କଫି ସେବନ କରିବା ଦ୍ୱାରା ଶରୀରର ଫ୍ୟାଟ୍‍କୁ ଦ୍ରୁତ ଗତିରେ ହ୍ରାସ କରିଥାଏ । ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ ।

ଏକ ଅଧ୍ୟୟନ ଅନୁଯାୟୀ, ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ । ଏହାର ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ । ଏହା ହୃଦଘାତ ଓ ବୃକକ୍‍କୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ ।

Leave A Reply

Your email address will not be published.