Latest Odisha News

BREAKING NEWS

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର

ଗଜପତି : ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ ଗାଁର ୨୨ ଜଣ ଆହତ ହୋଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ବିଜିପୁର ଗାଁର ୨୮ ଓ ବାହାଡ଼ାପଦା ଗାଁରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ୪୦ ବର୍ଷ ହେଲା ସେମାନେ ସେହି ଜମିରେ ଚାଷ କରି ଆସୁଥିବା ବିଜିପୁର ଗ୍ରାମବାସୀ କହୁଥିବା ବେଳେ ବାହାଡ଼ାପଦା ଗ୍ରାମବାସୀ ସେହି ଜମି ପୂର୍ବ ପୁରୁଷରୁ ତାଙ୍କ ବୋଲି ଦାବି କରୁଛନ୍ତି । ଗଜପତି ଏସପି ଏବଂ ମୋହନା ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ପ୍ରଶାସନ ଜରିଆରେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରାଯିବ ବୋଲି ଆଲୋଚନା କରିିଛନ୍ତି ।

Leave A Reply

Your email address will not be published.