Latest Odisha News

BREAKING NEWS

କରୋନାକୁ ନେଇ ହେଉଥିବା ଗୁଜବରୁ ଦୂରେଇ ରୁହନ୍ତୁ: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍‌, ସେମିତି ଏହାକୁ ନେଇ ଗୁଜବ ଓ ଅପପ୍ରଚାର ମଧ୍ୟ ହେଉଛି । ତେଣୁ ଏହାଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ମୋଦୀ କହିଛନ୍ତି ।
ଶନିବାର ଜନଔଷଧୀ ସପ୍ତାହର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଜନଔଷଧୀ ହିତାଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବା ସମୟରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଏ କହୁଛି ଏୟା ଖାଅନି, ସେୟା କରନି । ଏହି ସବୁ ଅପପ୍ରଚାର ଓ ଗୁଜବକୁ ଅଣଦେଖା କରିବା ଜରୁରୀ । ଏଥିସହ ଡାକ୍ତରଙ୍କ ପରାମର୍ଶ ନେଇ କାମ କରିବା ଉଚିତ । ଆମେ ନିଜେ ଡାକ୍ତାର ହେଇଯିବା ଉଚିତ ନୁହେଁ । କରୋନା ଭୟରେ ଆଜି ପୁରା ବିଶ୍ୱ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରୁଛି । କୌଣସି କାରଣରୁ ଆମେ ଏହି ଅଭ୍ୟାସରୁ ଦୂରେଇ ଯାଇଛୁ ତେବେ ହାତ ମିଶାଇବା ବଦଳରେ ଏବେ ପୁଣିଥରେ ନମସ୍କାର କରିବାର ସମୟ ଆସିଯାଇଛି । ହାତ ମିଳାଇବା ଅପେକ୍ଷା ନମସ୍କାରର ଅଭ୍ୟାସ ନିହାତି ଉତ୍ତମ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.