ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍, ସେମିତି ଏହାକୁ ନେଇ ଗୁଜବ ଓ ଅପପ୍ରଚାର ମଧ୍ୟ ହେଉଛି । ତେଣୁ ଏହାଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ମୋଦୀ କହିଛନ୍ତି ।
ଶନିବାର ଜନଔଷଧୀ ସପ୍ତାହର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଜନଔଷଧୀ ହିତାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥା ହେବା ସମୟରେ ଏହା କହିଛନ୍ତି । ସେ କହିଛନ୍ତି ଯେ, କଏ କହୁଛି ଏୟା ଖାଅନି, ସେୟା କରନି । ଏହି ସବୁ ଅପପ୍ରଚାର ଓ ଗୁଜବକୁ ଅଣଦେଖା କରିବା ଜରୁରୀ । ଏଥିସହ ଡାକ୍ତରଙ୍କ ପରାମର୍ଶ ନେଇ କାମ କରିବା ଉଚିତ । ଆମେ ନିଜେ ଡାକ୍ତାର ହେଇଯିବା ଉଚିତ ନୁହେଁ । କରୋନା ଭୟରେ ଆଜି ପୁରା ବିଶ୍ୱ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରୁଛି । କୌଣସି କାରଣରୁ ଆମେ ଏହି ଅଭ୍ୟାସରୁ ଦୂରେଇ ଯାଇଛୁ ତେବେ ହାତ ମିଶାଇବା ବଦଳରେ ଏବେ ପୁଣିଥରେ ନମସ୍କାର କରିବାର ସମୟ ଆସିଯାଇଛି । ହାତ ମିଳାଇବା ଅପେକ୍ଷା ନମସ୍କାରର ଅଭ୍ୟାସ ନିହାତି ଉତ୍ତମ ବୋଲି ସେ କହିଛନ୍ତି ।
BREAKING NEWS
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ
- ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
- ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ
- Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ
- ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ

Comments are closed.