Latest Odisha News

BREAKING NEWS

ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ GST ରେଡ୍

କଟକ: କଟକରେ ଜିଏସଟି ରେଡ୍ । ବିନା ବିଲରେ ସାମଗ୍ରୀ ବିକ୍ରି ଏବଂ ଜିଏସଟି ଅନିୟମିତତା ଅଭିଯୋଗରେ କଟକରେ ଜିଏସଟି ବିଭାଗ ରେଜ୍ କରିଛି । ଓଏମପି ସ୍ଥିତ ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ ସାନିଟାରୀରେ ରେଡ୍ କରିଛି ଜିଏସଟି ବିଭାଗ । ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ବେଳେ ୪ଟି ଟିମରେ ଜିଏସଟିର ବିଭାଗର ୨୦ ଜଣ ଅଫିସର ସାମିଲ୍ ଅଛନ୍ତି । ପୂର୍ବରୁ ଏହି ସଂସ୍ଥା ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା ।

ବର୍ତ୍ତମାନ ଚଢ଼ାଉ ଜାରି ରହିଥିବା ବେଳେ ବ୍ୟବୟାସୀ ରମେଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଆମ ପାଖେ ସବୁ କାଗଜପତ୍ର ଅଛି । ଜିଏସଟି ବିଭାଗର ରେଡକୁ ଆମେ ସହଯୋଗ କରୁଛୁ । କୌଣସି ଅନିୟମିତତା ହୋଇ ନାହିଁ । ତେବେ ରେଡ୍ ସରିବା ପରେ ହିଁ ଜଣାପଡ଼ିବ ହୋଇଛି କି ଅନିୟମିତତା ।

Leave A Reply

Your email address will not be published.