Latest Odisha News

BREAKING NEWS

ମୋଟି ଝିଅକୁ ପସନ୍ଦ କରନ୍ତି ଯୁବକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଅଧିକାଂଶ ଯୁବକଙ୍କର ସ୍ୱପ୍ନ ଥାଏ, ସେମାନେ ଯାହାକୁ ଜୀବନସାଥୀ କରିବେ ସେ ପତଳା ଓ ସୁନ୍ଦରୀ ଝିଅଟିଏ ହୋଇଥିବା ଦରକାର । ଏମିତି କି ଅନେକ ସ୍ଥାନରେ ମୋଟି ଝିଅକୁ ବିବାହ କରିବାକୁ ପୁଅମାନେ ନାପସନ୍ଦ କରିଥାନ୍ତି । ହେଲେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି ପୁଅମାନେ ଅଧିକ ମୋଟି ଝିଅଙ୍କୁ ଜୀବନସାଥୀ କରିବାକୁ ପସନ୍ଦ କରିଥାନ୍ତି ।

ଆଫ୍ରିକାର କିଛି ଉପାନ୍ତ ଅଞ୍ଚଳ ଅଛି ଯେଉଁଠି ବିବାହ ପାଇଁ ମୋଟି ଝିଅ ହେଉଛନ୍ତି ଯୁବକଙ୍କ ପ୍ରଥମ ପସନ୍ଦ । ଏଠାରେ ପତଳା ଝିଅକୁ କେହି ବିବାହ କରିବାକୁ ରାଜି ହୋଇ ନ ଥାନ୍ତି । ସେଥିଲାଗି ପତଳି ଝିଅମାନେ ଅନେକ ସମୟରେ ଅବିବାହିତ ରହିଥିବାର ଦେଖାଯାଇଥାଏ । ଏହି ଅଞ୍ଚଳରେ ମୋଟି ଯୁବତୀ ବା ମହିଳାଙ୍କୁ ସୁନ୍ଦରତାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଝିଅ ଯେତେ ମୋଟା ହେଲେ ବି ଏଠି ବିବାହ କରିବାରେ କୌଣସି ଅସୁବିଧା ନାହିଁ । ଏହା ବର୍ଷ ବର୍ଷ ଧରି ସ୍ଥାନୀ ଲୋକଙ୍କର ବିଶ୍ୱାସ କଥା । ସେହି ଅନୁସାରେ ସେଠାରେ ପରମ୍ପରା ଅନୁସୃତ ହୋଇଆସୁଛି ।

ସ୍ଥାନୀୟ ଭାଷାରେ ଲେବ୍‌ଲୋହ ନାମକ ପରମ୍ପରା ଅନୁସାରେ ଝିଅକୁ ୫ ବର୍ଷ ହୋଇଗଲେ ତାକୁ ମୋଟା ହେବା ପାଇଁ ଉଦ୍ୟମ ଆରମ୍ଭ ହୁଏ । ଘରଲୋକମାନେ ସେମାନଙ୍କୁ ମୋଟା ହେବା ପାଇଁ ନିର୍ଦ୍ଧିଷ୍ଟ କେନ୍ଦ୍ରକୁ ପଠାଇଥାନ୍ତି । ସେସବୁ କେନ୍ଦ୍ରରେ ଝିଅମାନେ ନିଜ ଓଜନ ବଢାଇବାର ଟ୍ରେନିଂ ନିଅନ୍ତି । ସେଠାରେ ସେମାନଙ୍କୁ ଜବରଦସ୍ତି ଅଧିକ ଖାଇବାକୁ ଦିଆଯାଇଥାଏ । ଖାଇ ଖାଇ ଝିଅଟି ଅସୁସ୍ଥ କିମ୍ବା ବାନ୍ତି କଲେ ବି ସେଥିପ୍ରତି ଦୃଷ୍ଟି ଦିଆଯାଏ ନାହିଁ । ଝିଅକୁ ମୋଟା କରିବା ଲାଗି ଟ୍ରେନିଂ ସେଣ୍ଟରରେ ନାନା ପ୍ରକାର ଉପାୟ ମଧ୍ୟ ଅବଲମ୍ବନ କରାଯାଇଥାଏ ।

ସବୁଠ ଆଶ୍ଚର୍ଯ୍ୟର କଥା, ଝିଅ ଯେତେ ମୋଟି ହେବ ପୁଅ ଘର ପକ୍ଷରୁ ସେତେ ଅଧିକ ଟଙ୍କା କନ୍ୟା ଘରକୁ ଦେବାର ପରମ୍ପରା ରହିଛି । ମୋଟା ଝିଅ ଶାଶୁଘର ପାଇଁ ଶୁଭଙ୍କର ଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ । ଆଉ ସେ ବିଶ୍ୱାସ ପିଢୀ ପରେ ପିଢୀ ଏଠାରେ ମାନି ଅସୁଛନ୍ତି ଲୋକେ ।

 

Leave A Reply

Your email address will not be published.