Latest Odisha News

BREAKING NEWS

କୋଭିଡ-୧୯ ସତର୍କତା: ସାନିଟାଇଜ ହେବେ ମଦ ଗ୍ରାହକ

ଭୁବନେଶ୍ୱର: ଏଣିକି ସାନିଟାଇଜ ହେବେ ମଦ ଗ୍ରାହକ । ମଦ ଗ୍ରାହକଙ୍କୁ ସାନିଟାଇଜେସନ୍ କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନେଇ ଜାରି ହୋଇଛି ମାର୍ଗଦର୍ଶିକା । ଏନେଇ ଏପିସି ପ୍ରଦୀପ୍ତ ମହାପାତ୍ରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।
ମଦ ଦୋକାନରେ ଭିଡ ନଜମାଇବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପୋଖରୀ ପାଣି ମଧ୍ୟ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସବୁ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.