Latest Odisha News

BREAKING NEWS

କରୋନା ସଙ୍କଟ ସମୟରେ କୋଭିଡ୍‌ ରୋଗୀଙ୍କ ଆଶ୍ରା ପାଲଟିଛନ୍ତି ଗୁଜରାଟର ଏହି ବ୍ୟକ୍ତି

ଗୁଜରାଟ: ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ଭାରତରେ କୋଭିଡ୍-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ଏହି ବ୍ୟକ୍ତି ଜଣକ କ୍ବାରେଣ୍ଟାଇନ୍‌ ଅବଧିରେ ଥିବା କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ବିତରଣ କରିବାକୁ ପ୍ରସ୍ତାବ ଦେବା ପରେ ଇଣ୍ଟରନେଟରୁ ତାଙ୍କୁ ବେଶ୍‌ ପ୍ରଶଂସା ମିଳିଥିଲା। ତାଙ୍କୁ କେବଳ ଟ୍ୱିଟରରେ ସିଧାସଳଖ ବାର୍ତ୍ତା ପଠାଇବାକୁ ପଡିବ।

ଗୁଜରାଟର ଭଦୋଦରା ନିବାସୀ ଶୁଭଲ ଶାହା କହିଛନ୍ତି ଯେ, ଆମେ ଏହି କୋଭିଡ ସଙ୍କଟରେ ଆପଣଙ୍କ ସହିତ ଅଛୁ। ଯଦି ଆପଣଙ୍କ ପରିବାର କୋଭିଡ-୧୯ ରେ ପୀଡିତ, ତେବେ କ୍ବାରେଣ୍ଟାଇନ୍ ଅବଧି ପାଇଁ‌ ଆମେ ଆପଣଙ୍କ ନିକଟରେ ସ୍ୱଚ୍ଛ ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନ ଯୋଗାଇଦେବୁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ କୌଣସି ନାମ କିମ୍ବା ପ୍ରଚାର ପାଇଁ କରୁନାହୁଁ।

ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ୯,୮୦୦ ରୁ ଅଧିକ ଲାଇକ୍ ମିଳିସାରିଛି। ଲୋକମାନେ ଶୁଭଲ ଶାହାଙ୍କୁ ତାଙ୍କର ନିଃସ୍ୱାର୍ଥପର ସେବା ପାଇଁ ପ୍ରଶଂସା କରିଥିବାବେଳେ କେତେକ ଶାହା ଏବଂ ତାଙ୍କ ଦଳକୁ ଆବଶ୍ୟକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.